କୋଲକାତା ବନ୍ଦର ହେଲା ଶ୍ୟାମା ପ୍ରସାଦ ମୁଖାର୍ଜୀ ଟ୍ରଷ୍ଟ

କଲକାତା :  କୋଲକାତା ବନ୍ଦର ଟ୍ରଷ୍ଟକୁ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଟ୍ରଷ୍ଟ ନାମରେ ନାମିତ କରାଯାଇଛି। କେନ୍ଦ୍ର କ୍ୟାବିନେଟ ବୁଧବାର ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।
କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ  ଜାଭଡେକର କହିଛନ୍ତି ଶ୍ୟାମା ପ୍ରସାଦ ମୁଖାର୍ଜୀ ଜଣେ ପ୍ରଖ୍ୟାତ ଭାରତୀୟ ରାଜନେତା, ଆଇନଜୀବୀ ତଥା ଶିକ୍ଷାବିତ୍ ଥିଲେ। ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ମଧ୍ୟରେ ତାଙ୍କୁ ଶିଳ୍ପ ଓ ଯୋଗାଣ ମନ୍ତ୍ରୀ କରାଯାଇଥିଲା ଏବଂ ବେଶ ଦକ୍ଷତାର ସହ ସେ ନିଜର କାର୍ଯ୍ୟ ସଂପାଦନ କରିଥିଲେ। ତେଣୁ ତାଙ୍କରି ସ୍ମୃତିରେ ବନ୍ଦରର ନାମ ପରିବର୍ତ୍ତନ କରି ଶ୍ୟାମା ପ୍ରସାଦ ମୁଖାର୍ଜୀ ଟ୍ରଷ୍ଟ ନାମରେ ନାମିତ କରାଯାଇଛି।

ପୂର୍ବରୁ ଗତ ଜାନୁୟାରୀ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଲକାତା ବନ୍ଦର ଟ୍ରଷ୍ଟର ୧୫୦ ତମ ପ୍ରତିଷ୍ଠା ଦିବସ ଅବସରରେ ଏହାକୁ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନାମରେ ନାମିତ କରାଯିବା ନେଇ ଘୋଷଣା କରିଥିଲେ।

Comments are closed.