ରାଜ୍ୟ କ୍ୟାବିନେଟ୍ ବୈଠକ ଗୁରୁବାର; ଅତିରିକ୍ତ ବଜେଟ୍ ନେଇ ହେବ ଆଲୋଚନା

ଆସନ୍ତା ୨୦ ତାରିଖରୁ ବସୁଛି ରାଜ୍ୟ ବିଧାନସଭା ଅଧିବେଶନ । ଏହାର ଅବ୍ୟବହିତ ପୂର୍ବରୁ ଆସନ୍ତା କାଲି ଅର୍ଥାତ ଗୁରୁବାର ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ । ଆସନ୍ତାକାଲି ଅପରାହ୍ନ ୫.୩୦ରେ ଏହି ବୈଠକ ବସିବ ଏବଂ ଏଥିରେ ଅତିରିକ୍ତ ବଜେଟକୁ ଅନୁମୋଦନ କରାଯାଇପାରେ ବୋଲି ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଏହି ଭର୍ଚ୍ୟୁଆଲ କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷତା କରିବେ ଓ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଅନଲାଇନରେ ଏଥିରେ ଭାଗ ନେବେ।ମୁଖ୍ୟ ସଚିବ ଓ ଅନ୍ୟ ଉଚ୍ଚ ଅଧିକାରୀମାନେ ସଚିବାଳୟରୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ।

Comments are closed.