ଗୁରୁବାର ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ବର : ଗୁରୁବାର(ଆସନ୍ତାକାଲି) ରାଜ୍ୟ  ମନ୍ତ୍ରୀ ପରିଷଦର ବୈଠକ ବସିବାକୁ ଯାଉଛି । ଆସନ୍ତା ୨୫ ତାରିଖରୁ ରାଜ୍ୟ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେଉଥିବାରୁ ଏହା ପୂର୍ବରୁ ଏହି ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କାଲି ଅପରାହ୍ନରେ ବସିବାକୁ ଥିବା ମନ୍ତ୍ରୀ ପରିଷଦ ବୈଠକରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଆଗତ ବଜେଟ ଚିଠା ପ୍ରସ୍ତାବକୁ ଅନୁମୋଦନ ମିଳିବ। ବଜେଟ ଚିଠା ପ୍ରସ୍ତାବ ସମେତ ଅନ୍ୟ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ବୈଠକରେ ସ୍ଥାନ ପାଇବ। ଆସନ୍ତା ଆର୍ଥିକ ବର୍ଷ ପାଇଁ ୧ଲକ୍ଷ ୩୫ହଜାର କୋଟିର ପୂର୍ଣ୍ଣାଙ୍ଗ ବଜେଟ ବିଧାନସଭାରେ ଉପସ୍ଥାପନ କରାଯିବାର ସମ୍ଭାବନା ରହିଛି ।
ଚଳିତ ମାସ ୨୮ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ପୂର୍ବ ଅଧିବେଶନରେ ୪ମାସ ପାଇଁ କାମଚଳା ବଜେଟ ଗୃହରେ ପାରିତ ହୋଇଥିଲା ।

Comments are closed.