ବନ୍ଧାକୋବିରେ ସୌନ୍ଦର୍ଯ୍ୟ ଚର୍ଚ୍ଚା

ପୋଷକତତ୍ତ୍ବ ଯୁକ୍ତ ବନ୍ଧାକୋବି ଖାଇଲେ କେଶ ଓ ତ୍ବଚାକୁ ଆବଶ୍ୟକ ପରିମାଣରେ ଭିଟାମିନ୍ ମିଳେ। ଏହି ବନ୍ଧାକୋବିର ରସ ମଧ୍ୟ ତ୍ବଚା ଯତ୍ନରେ କାମରେ ଆସେ।
– ବନ୍ଧାକୋବି ରସ ୨ଚାମଚ, ଦହି ଅଧ ଚାମଚ, ଅଲିଭ ତେଲ ମିଶାଇ ତ୍ବଚାରେ ଲଗାଇବାର ୨୦ ମିନିଟ୍ ପରି ଧୋଇନେବେ। ତ୍ବଚା ଭାଙ୍ଗ ସହ ଶୁଷ୍କତା ଦୂର କରିବାରେ ଏହି ପ୍ୟାକ୍ ସାହାଯ୍ୟ କରେ।
– ଅଣ୍ଡାର ଧଳା ଅଂଶ, ଲେମ୍ବୁ ରସ ୧ଚାମଚ, ବନ୍ଧାକୋବି ରସ ୨ଚାମଚ ମିଶାଇ ତୁଳାରେ ତ୍ବଚାରେ ଲଗାନ୍ତୁ। ତ୍ବଚାର କୋମଳତା ନିମନ୍ତେ ଏହା ଏକ ଭଲ ପ୍ୟାକ୍।
– ବନ୍ଧାକୋବି ରସରେ ଅଁଳା ଗୁଣ୍ଡ ନଚେତ୍ ମେହେନ୍ଦୀ ମିଶାଇ କେଶ​‌େ​‌ର ପ୍ୟାକ୍ ଭଳି ଲଗାଇ ୩୦ ମିନିଟ୍ ପରେ ଶାମ୍ପୂ କରିନେବେ। କେଶ ଝଡ଼ା ପାଇଁ ବନ୍ଧାକୋବି ରସ ଔଷଧ ଭଳି କାମ କରେ।
– ଏହି ପରିବାର ରସ ନିୟମିତ ୧ କପ୍ ପିଇଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ିବା ସହ କେଶ ଓ ତ୍ବଚାକୁ ମଧ୍ୟ ପୋଷଣ ମିଳେ।

Comments are closed.