ଲକ୍ ଡାଉନ ଯୋଗୁଁ ଚିନ୍ତା ରେ ଚାଷୀ, ବିଲରେ ଶୁଖୁଛି ବନ୍ଧାକୋବି

ପଦ୍ମପୁର: ତାଲାବନ୍ଦ କୁ ନେଇ ସାରା ରାଜ୍ୟରେ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ ର ଚାଷୀ ମାନେ ମଧ୍ୟ ବାଦ୍ ପଡିନାହାନ୍ତି ।ବଜାରରେ ପରିବା ବିକ୍ରି ହୋଇ ପାରୁ ନ ଥିବାରୁ ଚାଷୀଙ୍କ ଉତ୍ପାଦିତ ସାମଗ୍ରୀ ଫସଲ ନଷ୍ଟ ହେବାରେ ଲାଗିଛି । ଗଛରେ ଲଙ୍କା ଶୁଖି ଯାଇଛି । ବିଲରେ ଶୁଖୁଛି ପିଆଜ, ଟମାଟୋ , ବନ୍ଧାକୋବି । ବରଗଡ଼ ଜିଲାର ପଦ୍ମପୁର ଅଞ୍ଚଳରୁ ବିଭିନ୍ନ ସହରକୁ ପନି ପରିବା ପଠାଯାଇଥାଏ । ପ୍ରତିଦିନ ଶହ ଶହ ଗାଡ଼ି ଭର୍ତି ପରିବା ବରଗଡ଼, ସମ୍ବଲପୁର, ରାଉରକେଲା, ଭୁବନେଶ୍ବର, କଟକ ସହର ସହ ପଡ଼ୋଶୀ ଛତିଶଗଡ଼ର ରାୟପୁରକୁ ଯାଇଥାଏ । ମାତ୍ର ଗାଡ଼ିମୋଟର ଚାଲୁ ନ ଥିବାରୁ ଚାଷୀମାନେ ନା ପରିବା ବିକ୍ରି କରି ପାରୁଛନ୍ତି ନା ତାହାକୁ ଆଣି ପାରୁଛନ୍ତି । ଯାହା ଫଳରେ ପନିପରିବାର ଅଭାବୀ ବିକ୍ରି ସୃଷ୍ଟି ହୋଇଛି । ବେପାରୀମାନେ ବି ପନିପରିବା କିଣିବାକୁ ଆସିପାରୁ ନାହାନ୍ତି । ଏହାକୁ ନେଇ ବ୍ୟସ୍ତ ହୋଇଛନ୍ତି ଚାଷ କୁ ପରିବା ବିକ୍ରି ପାଇଁ ଯାଇ ପାରୁ ନ ଥିବାରୁ ଅଭାବୀ ବିକ୍ରୀ ର ସମସ୍ୟା ସୃଷ୍ଟି ହୋଇଛି ତେଣୁ ଚାଷୀମାନେ ଛିନ୍ତା ରେ ପଡିଛନ୍ତି

Comments are closed.