ଜନତାଙ୍କ କଣ୍ଠରୋଧ କରିବାକୁ ପ୍ରୟାସ କରୁଛି ବିଜେପି ସରକାର : ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ସମଗ୍ର ଦେଶରେ ହିଂସା ଜାରୀ ରହିଛି। ଦେଶରେ ଏଭଳି ପରିସ୍ଥିତି ପାଇଁ ଭାରତୀୟ ଜନତା ପାର୍ଟି(ବିଜେପି) ସରକାରଙ୍କୁ ଦାୟୀ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ। ସେ କହିଛନ୍ତି, ଲୋକଙ୍କ କଥା ଶୁଣିବା ସରକାରଙ୍କ କର୍ତ୍ତବ୍ୟ। ମାତ୍ର ଆନ୍ଦୋଳନକାରୀଙ୍କ ଉପରେ ବଳ ପ୍ରୟୋଗ କରି ବିଜେପି ସରକାର ଜନତାଙ୍କ କଣ୍ଠରୋଧ କରିବାକୁ ଚାହୁଁଛନ୍ତି।
ସୋନିଆ କହିଛନ୍ତି, ସିଏଏ ହେଉଛି ଏକ ଭେଦଭାବ ପୂର୍ଣ୍ଣ ଆଇନ। ଏହା ଏଭଳି ଏକ ଆଇନ ଯାହା ଦେଶକୁ ଖଣ୍ଡ ବିଖଣ୍ଡିତ କରିଦେବ। କଂଗ୍ରେସ ଦଳ ଭରସା ଦେଉଛି ଯେ ସବୁବେଳେ ଲୋକଙ୍କ ସହ ରହିଆସିଛି ଏବଂ ଆଗକୁ ମଧ୍ୟ ରହିବ।

Comments are closed.