ସଂଶୋଧିତ ନାଗରିକତା ଆଇନ – ଆସାମରେ ଶାନ୍ତି ଶୋଭାଯାତ୍ରା

ଆସାମ: ଆସାମରେ କ୍ଷମତାସୀନ ବିଜେପି ଦଳ ପକ୍ଷରୁ ଶୁକ୍ରବାର ଏକ ଶାନ୍ତି ଶୋଭାଯାତ୍ରା ନାଲବଣିଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏବଂ ତାଙ୍କ ମନ୍ତ୍ରୀ ପରିଷଦ, ବହୁ ସଦସ୍ୟ ରାଜ୍ୟ ବିଜେପି ସଭାପତି ରଞ୍ଜିତ କୁମାର ଦାସ ପ୍ରମୁଖ ଏହି ଶୋଭାଯାତ୍ରାରେ ଭାଗ ନେଇଥିଲେ। ସୋନୱାଲ ରାଜ୍ୟରେ ସ୍ଥାୟୀ ଶାନ୍ତି ଓ ସ୍ଥିତାବସ୍ଥା ବଜାୟ ରଖିବା ଲାଗି ଆହ୍ୱାନ ଦେଇଛନ୍ତି। ହଜାର ହଜାର ସଂଖ୍ୟାରେ ଲାକେ ଏହି ଶାନ୍ତି ଶୋଭାଯାତ୍ରାରେ ଭାଗ ନେଇଥିଲେ। ପୂର୍ବରୁ ଗୌହାଟୀଠାରେ ଗଣମାଧ୍ୟମ ସହ ଆଲୋଚନା ବେଳେ ସୋନୱାଲ କହିଛନ୍ତି, ଆସାମ ସବୁବେଳେ ରାଜ୍ୟବାସୀଙ୍କ ସହ ରହିଆସିଛି। ନାଗରିକତା ସଂଶୋଧନ ବିଲ୍‍ ରାଜ୍ୟର ଲୋକମାନଙ୍କର ସ୍ୱାର୍ଥ ରକ୍ଷା ଦିଗରେ କୌଣସି କ୍ଷତି ପହଞ୍ଚାଇବ ନାହିଁ ବୋଲି ସେ କହିଛନ୍ତି।

ଆସାମ ସରକାର ଆନ୍ଦୋଳନକାରୀ ସଂଗଠନର ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ ବୋଲି ସେ କହିଛନ୍ତି। ଲୋକମାନେ ଗୁଜବରେ ବିଶ୍ୱାସ ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବଦେନ କରିଛନ୍ତି। ଗୁଜବ ସୃଷ୍ଟିକାରୀ ରାଜ୍ୟରେ ଏଭଳି ଅପ୍ରୀତିକର ପରିସ୍ଥିତି ଦାୟୀ ବୋଲି ସେ କହିଛନ୍ତି।

Comments are closed.