କ୍ଷତି ଭରଣା ପାଇଁ ମୁସଲମାନମାନେ ଦେଲେ ୬ଲକ୍ଷ

ବୁଲନ୍ଦସର : ନାଗରିକତ୍ବ ଆଇନ ବିରୋଧୀ ହିଂସାକାଣ୍ଡରେ ହୋଇଥିବା କ୍ଷତି ଭରଣା କରିବା ପାଇଁ ଆଗେଇ ଆସିଛନ୍ତି ଉତ୍ତରପ୍ରଦେଶ ବୁଲନ୍ଦସର ଅଞ୍ଚଳର ମୁସଲମାନ ସମ୍ପ୍ରଦାୟ। ଶୁକ୍ରବାର ସାମୂହିକ ପ୍ରାର୍ଥନା ପରେ ସେମାନେ ଆଦାୟ କରିଥିବା ୬ ଲକ୍ଷ ୨୭ହଜାର ୫୦୭ ଟଙ୍କା ଜିଲାପାଳ ଓ ପୁଲିସ ଅଧୀକ୍ଷକଙ୍କୁ ଭେଟି ପ୍ରଦାନ କରିଛନ୍ତି। ଗତ ସପ୍ତାହରେ ଏଠାରେ ସିଏଏ ବିରୋଧରେ ପ୍ରବଳ ହିଂସାକାଣ୍ଡ ଘଟିଥିଲା। ବିକ୍ଷୋଭକାରୀ ବହୁ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିଥିଲେ। ଏହା ବିରୋଧରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ପୋଷଣ କରିବା ସହ ଯେଉଁମାନେ ଏଥିରେ ସମ୍ପୃକ୍ତ ସେମାନଙ୍କଠାରୁ କ୍ଷତି ଭରଣା କରାଯିବ ବୋଲି ଘୋଷଣା କରିବା ସହ ନୋଟିସ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପ୍ରାର୍ଥନାବେଳେ ଉପରକୋଟଠାରେ ଉପସ୍ଥିତ ଜିଲାପାଳ ରବୀନ୍ଦ୍ର କୁମାର ଓ ପୁଲିସ ଅଧୀକ୍ଷକ ସନ୍ତୋଷ କୁମାରଙ୍କୁ ଭେଟି ସ୍ଥାନୀୟ ମୁସଲମାନମାନେ ଏହି ଟଙ୍କା ଦେଇଛନ୍ତି।

Comments are closed.