ସଂଶୋଧିତ ନାଗରିକତା ଆଇନ୍‍ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ – ବାଂଲାଦେଶ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ସଂଶୋଧିତ ନାଗରିକତା ଆଇନ୍‍ ଏବଂ ଜାତୀୟ ନାଗରିକ ପଞ୍ଜିକା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି ବାଙ୍ଗଲାଦେଶ ବିଦେଶ ମନ୍ତ୍ରୀ ଡକ୍ଟର ଏ.କେ. ଅବଦୁଲ ମୋମେନ କହିଛନ୍ତି। ଏକ ସାକ୍ଷାତକାର ବେଳେ ସେ କହିଛନ୍ତି, ପଡ଼ୋଶୀ ଦେଶରେ ଅସ୍ଥିରତା ସୃଷ୍ଟି ହେବା ଯୋଗୁଁ ବାଙ୍ଗଲାଦେଶ ଉପରେ ପ୍ରଭାବ ପଡ଼ୁଥିଲେ ମଧ୍ୟ ସଂଶୋଧିତ ନାଗରିକତା ଆଇନ୍‍ ଏବଂ ଜାତୀୟ ନାଗରିକ ପଞ୍ଜିକା ନେଇ ବାଙ୍ଗଲାଦେଶ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଭାରତ ନିଶ୍ଚିତ କରିଛି। ଭାରତ ତାଙ୍କ ଦେଶର ଏକ ଉତ୍ତମ ବନ୍ଧୁ ବୋଲି ସେ କହିଛନ୍ତି।

ଇତିମଧ୍ୟରେ ସେଠାକାର ମୁଖ୍ୟ ବିରୋଧୀ ଦଳ ବାଙ୍ଗଳାଦେଶ ନ୍ୟାସନାଲିଷ୍ଟ ପାର୍ଟି କହିଛି, ନାଗରିକତା ଆଇନ୍‍ ଏବଂ ଜାତୀୟ ନାଗରିକ ପଞ୍ଜିକା ବାଙ୍ଗଲାଦେଶରେ ଅସ୍ଥିରତା ସୃଷ୍ଟି କରିବାର ସମ୍ଭାବନା ରହିଛି।

Comments are closed.