ନୀଲ୍ ନିତିନ୍ ମୁକେଶଙ୍କ ‘ବାଏ ପାସ ରୋଡ଼’ର ଟ୍ରେଲର ରିଲିଜ୍

ମୁମ୍ବଇ : ବଲିଉଡ଼ ଅଭିନେତା ନୀଲ୍ ନିତିନ୍ ମୁକେଶଙ୍କ ଆଗାମୀ ଚଳଚ୍ଚିତ୍ର ‘ବାଏ ପାସ ରୋଡ଼’ର ଟ୍ରେଲର ରିଲିଜ୍ ହୋଇଛି। ଚଳଚ୍ଚିତ୍ରରେ ନୀଲ୍ ନିତିନ୍ ମୁକେଶ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏକ ସସ୍ପେନ୍ସ – ଥ୍ରୀଲର୍ କାହାଣୀକୁ ନେଇ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଛି । ରିଲିଜ ହୋଇଥିବା ଅଢେଇ ମିନିଟର ଏହି ଟ୍ରେଲରରେ ନାୟକ ନୀଲଙ୍କୁ ହ୍ୱିଲ୍ ଚେୟାରରେ ଦେଖିବାକୁ ମିଳିଛି । ନିଲ୍ ନିତିନ୍ ମୁକେଶ ଏହି ଚଳଚ୍ଚିତ୍ରର କାହାଣୀ, ଚିତ୍ରନାଟ୍ୟ ଓ ପ୍ରଯୋଜନା ଦେଉଥିବାବେଳେ ନମନ ନିତିନ୍ ମୁକେଶ ଏହି ସିନେମାର ନିର୍ଦ୍ଦେଶନା ଭାର ବହନ କରିଛନ୍ତି। ଚଳଚ୍ଚିତ୍ରରେ ନୀଲଙ୍କ ବିପକ୍ଷରେ ନାୟିକା ଭାବେ ଅଭିନେତ୍ରୀ ଅଦା ଶର୍ମାଙ୍କୁ ଦେଖିବାକୁ ମିଳିବ। ସେହିଭଳି ସୁଧାଂଶୁ ପାଣ୍ଡେ, ରଜିତ୍ କପୁର୍, ଗୁଲ୍ ପନାଗ୍, ଶମା ସିକନ୍ଦର୍, ମନିଷ ଚୌଧୁରୀ ଆଦି କଳାକାରଙ୍କୁ ଅନ୍ୟାନ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ। ନଭେମ୍ବର ୧ରେ ପରଦାକୁ ଆସିବ ଏହି ଚଳଚ୍ଚିତ୍ର।

Comments are closed.