ବିଜୁ ଯୁବ ଜନତା ଦଳର ନୂତନ ଉପସଭାପତି ଓ ସାଧାରଣ ସମ୍ପାଦକ ନାମ ଘୋଷଣା

ପାଟଣା: ବିଜୁ ଯୁବ ଜନତା ଦଳ କେନ୍ଦୁଝରର ୬ ଟି ନିର୍ବାଚନ ମଣ୍ଡଳୀ ପାଇଁ ଉପସଭାପତି ଏବଂ ସାଧାରଣ ସମ୍ପାଦକଙ୍କ ନାମ ଆଜି ଘୋଷଣା କରାଯାଇଛି। ଘଷିପୁରା ନିର୍ବାଚନ ମଣ୍ଡଳୀ ପାଇଁ ବିଜୁ ଯୁବ ଜନତା ଦଳର ଉପସଭାପତି ଭାବେ ଢେଙ୍କିକୋଟର ଯୁବନେତା ଏସ.କେ. ଇମରାନଙ୍କ ସହ ସାଧାରଣ ସମ୍ପାଦକ ଭାବେ ରାଜେନ୍ଦ୍ର ରାଉତଙ୍କ ନାମ ଘୋଷଣା କରାଯାଇଛି। ସେହିପରି କେନ୍ଦୁଝର ସଦର ଉପସଭାପତି ଭାବେ ଜଗଦୀଶ କୁମାର ଆପଟ୍ଟ ଓ ସାଧାରଣ ସମ୍ପାଦକ ଭାବେ ବାସୁଦେବ ଜେନା, ଆନନ୍ଦପୁର ପାଇଁ ଉପସଭାପତି ଭାବେ ଭୁବନ ଭବେଶ ସେଠୀ ଓ ସାଧାରଣ ସମ୍ପାଦକ ଭାବେ ସତ୍ୟବ୍ରତ ରାମଙ୍କ ନାମ ଘୋଷଣା କରାଯାଇଛି।

ଚମ୍ପୁଆ ପାଇଁ ଉପସଭାପତି ଭାବେ ସଂଜୀବ କୁମାର ପଲେଇ ଓ ସାଧାରଣ ସମ୍ପାଦକ ଭାବେ ଦୂର୍ଗେଶ୍ୱର ବାରିକ, ତେଲକୋଇ ପାଇଁ ଉପସଭାପତି ଭାବେ ସୁବାସ ଚନ୍ଦ୍ର ବିଶ୍ୱାଳ ଓ ସାଧାରଣ ସମ୍ପାଦକ ଭାବେ ସଂଗ୍ରାମ କେଶରୀ ନାୟକ, ପାଟଣା ନିର୍ବାଚନ ମଣ୍ଡଳୀ ପାଇଁ ଉପସଭାପତି ଭାବେ କରୁଣା ସାଗର ଖଟୁଆ ଓ ସାଧାରଣ ସମ୍ପାଦକ ଭାବେ ହିମାଂଶୁ ଶେଖର ବେହେରାଙ୍କୁ ମନୋନୀତ କରାଯାଇଥିବା ବିଜୁ ଯୁବ ଜନତା ଦଳ ରାଜ୍ୟ ଶାଖା ପକ୍ଷରୁ ସୂଚନା ମିଳିଛି । ତାଲିକା ଉପରେ ବିଜୁ ଯୁବ ଜନତା ରାଜ୍ୟ ସଭାପତି ଡକ୍ଟର ବ୍ୟୋମକେଶ ରାୟ ଓ ସାଧାରଣ ସମ୍ପାଦକ(ଯୁବ ବ୍ୟାପାର) ପ୍ରଣବ ବଳବନ୍ତରାୟ ମୋହର ମାରିଛନ୍ତି ।

Comments are closed.