ବଟର ପିଆଜ ପରଟା

ଅଟା – ୪କପ
ସିଝା ଆଳୁ – ୪ଟି
ଲୁଣ – ଅଳ୍ପ
ପିଆଜ – ୨ଟି (କଟା ହୋଇଥିବା)
ଲଙ୍କା – ୨ଟି
ଗରମ ମସଲା – ଅଳ୍ପ
ଚାର୍ଟ ମସଲା – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ହେଙ୍ଗୁ – ସାମାନ୍ୟ
ଧନିଆପତ୍ର – ଆବଶ୍ୟକ ପରିମାଣରେ
ବଟର – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ –
ପ୍ରଥମେ ଅଟାକୁ ଭଲ ଭାବେ ନରମ କରି ଚକଟି ଦିଅନ୍ତୁ। ଏହାପରେ ଅନ୍ୟ ଏକ ପାତ୍ରରେ ସିଝା ଆଳୁ, ଲଙ୍କା, ଲଙ୍କା ଗୁଣ୍ଡ, ଲୁଣ, ଧନିଆପତ୍ର, ପିଆଜ, ଗରମ ମସଲା, ଚାର୍ଟ ମସଲା, ହେଙ୍ଗୁ ପକାଇ ଭଲ ଭାବେ ଚକଟି ମିଶ୍ରଣ ପ୍ରସ୍ତୁତ କରି ରଖନ୍ତୁ। ଏବେ ଚକଟି ଥିବା ଅଟାରୁ ଛୋଟ ଗୁଳା ଆକୃତି କରି ପୁରୀ ଭଳି ବେଲନ୍ତୁ। ବେଲିବା ପରେ ଏହାର ଉପରେ ବଟର ଘଗାଇ ପ୍ରସ୍ତୁତ କରିଥିବା ଆଳୁ ମିଶ୍ରଣକୁ ରଖନ୍ତୁ। ପୁଣି ଆଉ ଏକ ପୁରୀ ଆକାରର ବେଲି ଏହି ପୁରୀ ଆକୃତିର ରୁଟି ଉପରେ ରଖି ୨ଟି ରୁଟିକୁ ଭଲ ଭାବେ ଚାରି କଣରୁ ମିଶାଇ ଦିଅନ୍ତୁ। ଏହାରେ ଗ୍ୟାସରେ ଏକ ତାୱା ବସାଇ ପ୍ରଥମେ ଅଳ୍ପ ବଟର ଲଗାଇ ପ୍ରସ୍ତୁତ ରୁଟିକୁ ଭଲ ଭାବେ ସେକନ୍ତୁ। ବଟର ଲଗାଇ ମଧ୍ୟ ସେକନ୍ତୁ। ପ୍ରସ୍ତୁତ ହୋଇଗଲା ବଟର ପିଆଜ ପରଟା। ଏହାକୁ ଦହି କିମ୍ବା ଚଟଣି ସହ ଖାଆନ୍ତୁ।

Comments are closed.