ବସ୍ ଉପରେ ଖସି ପଡିଲା ଲୁହା ପଥର ବୋଝେଇ ଟ୍ରକ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କେଶୁରାପାଳ: ବସ ଉପରେ ଖସିପଡିଲା ଲୁହାପଥର ବୋଝେଇ ଟ୍ରକ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ। ସୂଚନାରୁ ଜଣାଯାଏ ଘସିପୁରା ଥାନା ଅନ୍ତର୍ଗତ ଶାଳପଡା ଓଭରବ୍ରିଜ ନିକଟରେ ଦିନ ୧୧ ଟା ସମୟରେ ମୟୁରଭଞ୍ଜ କରଞ୍ଜିଆରୁ ପଦ୍ମାବତୀ ନାମକ ବସ ୨୦ ନଂ ଜାତୀୟ ରାଜପଥ ଶାଳପଡା ସର୍ଭିସ୍ ରୋଡ଼ରେ ୫୦ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଲୁହାପଥର ବୋଝେଇ କରି ପାରାଦୀପ ଅଭିମୁଖେ ଯାଉଥିବା ଏକ ଟ୍ରକ ହଠାତ୍ ଓଭରବ୍ରିଜ ଉପରୁ ଖସି ବସ୍ ଉପରେ ପଡ଼ିଥିଲା। ତେବେ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆପାରିଛି। ବସର କଣ୍ଡକ୍ଟର ଆହତ ହୋଇଥିବା ବେଳେ ଅନ୍ୟ କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ଆହତମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Comments are closed.