ସମାଜ ପ୍ରଭାବ; ଘସିପୁରା ବସଷ୍ଟାଣ୍ଡରୁ ଅନ୍ଧାର ହଟିଲା

କେଶଦୁରାପାଳ : ଘସିପୁରା ବସଷ୍ଟାଣ୍ଡରୁ ଅନ୍ଧାର ହଟିଲା। ରାସ୍ତାଘାଟ ଆଲୋକିତ ହୋଇଥିବା ଦେଖିବାକୁ ମିଳିଛି। ଘସିପୁରା ବସଷ୍ଟାଣ୍ଡ ୧୫ ଦିନ ହେଲା ଅନ୍ଧାର ହୋଇଥିବାରୁ ସାଧାରଣ ଜନତା କଲବଲ ହେଉଥିବା କଥା ସମାଜରେ ୨୦ ତାରିଖ ପ୍ରକାଶ ପାଇବା ପରେ ପ୍ରଶାସନ ତତ୍ପରତା ପ୍ରକାଶ କରି ଘସିପୁରା ବସଷ୍ଟାଣ୍ଡରେ ଥିବା ହାଇ ମାସ୍କ ଲାଇଟକୁ ସଜଡ଼ା ଯାଇଥିବା ଦେଖିବାକୁ ମିଳିଛି। ଘସିପୁରା ବସଷ୍ଟାଣ୍ଡରେ ପ୍ରତିଦିନ ଶହଶହ ଲୋକ କାରବାର କରୁଥିବାବେଳେ  ଘସିପୁରା ବସଷ୍ଟାଣ୍ଡରେ ଦୀର୍ଘ ୧୫ ଦିନ ହେଲା ଷ୍ଟ୍ରିଟ ଲାଇଟ ଅଚଳ  ହୋଇଥିଲା। ଅନ୍ଧାରରେ ସାଧାରଣ ଜନତା କଲବଲ ହେଉଥିଲେ । ଖବର ପ୍ରକାଶ ପାଇବା ପରେ ଆନନ୍ଦପୁର ପୌର ପରିଷଦ  ପକ୍ଷରୁ  ଆଲୋକ ବ୍ୟବସ୍ଥା କରାଯାଇ ଥିବା ଦେଖିବାକୁ ମିଳିଛି ।

Comments are closed.