ପୁଣି ବଢିଲା ବସ୍‌ ଭଡ଼ା

ରାଜ୍ୟରେ ବସ୍‌ ଭଡ଼ା ବୃଦ୍ଧି ପାଇଛି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେଉଥିବାରୁ ପୁଣି ଥରେ ବସ୍ ଭଡା ବୃଦ୍ଧି କରାଯାଇଛି । ସ୍ୱୟଂକ୍ରିୟ ବ୍ୟବସ୍ଥା ମାଧ୍ୟମରେ ଏହି ଭଡା ବୃଦ୍ଧି ପାଇଛି। ସୂଚନା ଅନୁଯାୟୀ, ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡାରେ ୧ ପଇସା ବୃଦ୍ଧି ପାଇବା ଫଳରେ ସାଧାରଣ ବସ୍ ଭଡା ୭୩ରୁ ୭୪ ପଇସା ଏବଂ ଏକ୍ସପ୍ରେସ୍‌ ବସ୍ ଭଡା ୭୬ ପଇସାରୁ ୭୭ ପଇସାକୁ ବୃଦ୍ଧି ପାଇଛି । ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ଭଡା ୨ ପଇସା ଲେଖାଏଁ ବୃଦ୍ଧି ହେବ ଫଳରେ ଡିଲକ୍ସ ବସ୍ ଭଡା ୧ ଟଙ୍କା ୭ ପଇସାରୁ ୧ ଟଙ୍କା ୯ ପଇସା ଏବଂ ଏସି ଡିଲକ୍ସ ବସ ଭଡା ୧ ଟଙ୍କା ୨୯ ପଇସାରୁ ୧ ଟଙ୍କା ୩୧ ପଇସା ବୃଦ୍ଧି ପାଇଛି। ପୂର୍ବରୁ ଡିସେମ୍ବର ୭ରେ ବସ୍ ଭଡା ବୃଦ୍ଧି କରାଯାଇଥିଲା।

Comments are closed.