ଟ୍ରାକ୍ଟରକୁ ଧକ୍କା ଦେଲା ବସ; ୫ମୃତ, ୩୦ ଆହତ

ନୂଆଦିଲ୍ଲୀ : ୟୁପିର ଆଗ୍ରା ଓ ଲକ୍ଷ୍ନୌ ଏକ୍ସପ୍ରେସ ୱେ ନିକଟରେ ଶନିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ ଓ ଟ୍ରାକ୍ଟର ଧକ୍କାରେ ୫ଜଣ ଯାତ୍ରୀଙ୍କର ମୃତ୍ୟୁ ହେବା ସହ ୩୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି। ଆହତ ମାନଙ୍କୁ ଉନ୍ନାଓ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ସୂଚନା ଅନୁସାରେ, ଶମ୍ଭୁନାଥ ଟ୍ରାଭେଲ୍ସର ଏହି ବସ ଶୁକ୍ରବାର ଗୁରୁଗ୍ରାମର ମୋହଲା ଖାଲସା ମଣ୍ଡିରୁ ବାହାରି ବିହାରର ମଧୁବନୀ ପାଇଁ ଯାତ୍ରା କରୁଥିଲା। ସକାଳ ୫ଟା ସମୟରେ ଦେବଖରିଆ ଗ୍ରାମ ନିକଟରେ ବସଟି ଟ୍ରାକ୍ଟର ସହ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ହିଁ ଦୁଇ ଶିଶୁ ସମେତ ୫ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ବସର ବହୁଯାତ୍ରୀ ବିହାର ଓ ହରିୟାଣା ରାଜ୍ୟର ବୋଲି ଜଣାପଡିଛି। ବିହାରର ମଧୁବନୀ ଅଭିମୁଖେ ବସଟି ଯାତ୍ରା କରୁଥିଲା।

Comments are closed.