ବସ ଓ ଟ୍ରକ ମଧ୍ୟରେ ଧକ୍କା,୧୦ ଆହତ

ବୋୖଦ୍ଧ : ବୋୖଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ୫୭ନମ୍ବର ଜାତୀୟ ରାଜପଥ ଖଜୁରୀପଡା ନିକଟରେ ଏକ ଯାତ୍ରୀବାହୀ  ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ବସରେ ଥିବା ୧୦ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ତିନିଜଣ ଗୁରୁତର ଅଛନ୍ତି। ବିଳମ୍ବିତ ରାତି ତିନିଟା ସମୟରେ ଏଇ ଦୁର୍ଘଟଣା ଘଟିଛି। ତିରୁପତି ନାମକ ଏକ ବସ୍ ଭୁବନେଶ୍ବରରୁ ଭବାନୀପାଟଣା ଯାଉଥିଲା। ଦୁର୍ଘଟଣା ହେବା ପରେ ଆମ୍ବୁଲାନ୍ସ ଯୋଗେ ଆହତ ଯାତ୍ରୀ ମାନଙ୍କୁ ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁରଣା କଟକ ପୋଲିସ ଏ ସମ୍ପର୍କରେ ଅଧିକ ତଦନ୍ତ କରୁଛି

Comments are closed.