ରାସ୍ତାକଡ଼ରେ ଓଲଟିଲା ବସ୍‍

ଚକାପାଦ : କନ୍ଧମାଳ ଜିଲା ଚକାପାଦ ବ୍ଳକ ଓ ଟିକାବାଲି ଥାନା ଅନ୍ତର୍ଗତ ବପଲମେଣ୍ଡି ଗ୍ରାମର ପାନାବାଡ଼ି ବୁଲାଣିଠାରେ ଆଜି ଏକ ଘରୋଇ ବସ୍‍ ଦୁର୍ଘଟଣା ଗସ୍ତ ହୋଇଛି। ତେବେ ବସ୍‌ରେ ହାତ ଗଣତି ଯାତ୍ରୀ ଥିବା ଯୋଗୁଁ କାହାର କିଛି ଅଘଟଣ ଘଟିନଥିବା ପ୍ରକାଶ।
ସୂଚନା ପ୍ରକାରେ, ଆଜି ଭୋର ପ୍ରାୟ ୪.୩୦ରେ ଏକ ଘରୋଇ ବସ୍ ନମ୍ବର ଓ.ଡ଼ି-୦୨ବିସି-୯୭୧୧ ଗାଡ଼ିଟି ଭୁବନେଶ୍ୱରଠାରୁ ମଣାସରୁ ପର୍ଯ୍ୟନ୍ତ ଯାଉଥିବାବେଳେ ବୁଲାଣିରେ କୌଣସି କାରଣ ଯୋଗୁଁ ଦୁର୍ଘଟଣା ଗସ୍ତ ହୋଇପଡିଥିଲା। ଦୁର୍ଘଟଣା ଯୋଗୁଁ ଗାଡ଼ିଟି ସଂପୂର୍ଣର୍ଭାବେ ଓଲଟି ପଡ଼ିଥିବାର ଦେଖାଯାଇଛି। ଖବର ପାଇଁ ଘଟଣା ସ୍ଥଳରେ ଲାଇନପଡ଼ା ଫାଣ୍ଡି ଅଧିକାରୀ ଓ ଅନ୍ୟମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ୍‍ ହେବା ସହିତ ଏନେଇ ଏକ ମାମଲା ରୁଜୁକରି ଅଧିକ ତଦନ୍ତ ଚଳାଇଛନ୍ତି ।

Comments are closed.