ବସ୍ ଧକ୍କାରେ ଜଣଙ୍କର ମୃତ୍ୟୁ

କଲମପୁର : କଳାହାଣ୍ଡି ଜିଲ୍ଲା ଜୁନାଗଡ଼-କଲମପୁର ମୁଖ୍ୟ ରାସ୍ତାର ଭତରାଗୁଡା ଛକ ନିକଟରେ ବସ୍ ଧକ୍କାରେ ରବିବାର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତଙ୍କଙ୍କ ପରିଚୟ ମିଳିଛି। ସେ ହେଉଛନ୍ତି ହେମରାଜ ପୁଜାହାରୀ । ସେ ଜୟପାଟଣା ଯାଉଥିବା ବେଳେ ମାଆ ସନ୍ତୋଷୀ ନାମକ ବସ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ଦୁର୍ଘଟଣାର ପ୍ରତିବାଦ କରି ଭତରାଗୁଡା ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଛି। ଫଳରେ ଗାଡି ଚଳାଚଳ ବନ୍ଦ ରହିଛି।

Comments are closed.