ଆଗ୍ରା-ଲକ୍ଷୌ ଏକ୍ସପ୍ରେସ୍ ୱେରେ ଦୁର୍ଘଟଣା ; ୩୦ ଆହତ

ମୌନପୁର : କରହଳ ଥାନା ଅନ୍ତର୍ଗତ ଆଗ୍ରା-ଲକ୍ଷୌ ଏକ୍ସପ୍ରେସ୍ ୱେ ରେ ମଙ୍ଗଳବାର ସକାଳେ ଏକ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ଏକ ଘରୋଇ ବସ ୪୦ ଜଣ ଯାତ୍ରୀଙ୍କୁ ନେଇ ବିହାରର ସବାରିୟାରୁ ଦିଲ୍ଲୀ ଯାଉଥିଲା। କରହଲ ଅଞ୍ଚଳ ନିକଟରେ ବସଟି ନିୟନ୍ତ୍ରଣ ହରାଇ ରାସ୍ତାରେ ଥିବା ଡିଭାଇଡରରେ ପିଟି ହୋଇଥିଲା। ଘଟଣାସ୍ଥଳରେ ପୁଲିସ ଓ ଏକ୍ସପ୍ରେସ ୱେର କର୍ମଚାରୀ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଜିଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

Comments are closed.