ଆସନ୍ତାକାଲିଠାରୁ ରାଜ୍ୟରେ ଘରୋଇ ବସ୍ ଚଳାଚଳ : ବସ୍ ମାଲିକ ସଂଘ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ରାଜ୍ୟବ୍ୟାପୀ ବସ୍ ଚଳାଚଳ ହେବ। ସ୍ବଭାବିକ ହେବ ଯାତ୍ରୀ ସେବା। ବୁଧବାର ଚଣ୍ଡିଖୋଲଠାରେ ଅନୁଷ୍ଠିତ ଘରୋଇ ବସ୍ ମାଲିକ ସଂଘ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ କୁହାଯାଇଛି ଯେ, ଯାତ୍ରୀଙ୍କଠାରୁ ପୂର୍ବ ନିର୍ଦ୍ଧାରିତ ଭଡା ନିଆଯିବ ଏବଂ ଯେତିକି ସିଟ୍ ସେତିକି ଯାତ୍ରୀଙ୍କୁ ନେଇ ଗୁରୁବାରଠାରୁ ରାଜ୍ୟରେ ବସ୍ ଚଳାଚଳ ହେବ। ଏହାଛଡା ବସ୍ ଚାଳକ, ହେଲପର ଓ କଣ୍ଡକ୍ଟରଙ୍କର ବୀମା ହେବା ସହ ମାର୍ଚ୍ଚ ମାସର ଟ୍ୟାକ୍ସ ଜୁଲାଇରେ ଆଡଜଷ୍ଟ ହେବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଦେବେନ୍ଦ୍ର ସାହୁ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

Comments are closed.