ଆବଦ୍ଧ ଘେରରେ ଭିମସାର ଛାତ୍ରୀନିବାସ, ୫୫ ଜଣ ଡ଼ାକ୍ତରୀ ଛାତ୍ରଛାତ୍ରୀ କୋଭିଡ଼ ହସପିଟାଲରେ ଭର୍ତ୍ତୀ

ବୁର୍ଲା: ଭିମସାରରେ ବେସ ଏକ ଏମବିବିଏସ ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ବାର୍ଷିକ ଉତ୍ସବ ତଥା ଡ଼ିଜେ ନାଇଟ ପାଇଁ କରୋନା ସଂକ୍ରମଣ ତାର କାୟା ବିସ୍ତାର କରିଥିବା ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ। ଭିମସାର କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ ସାଜିଛି। ଆଜକୁ ସମୁଦାୟ ୫୫ ଜଣ ଏମବିବିଏସ ଡ଼ାକ୍ତରୀ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇ ଭିମସାର କୋଭିଡ଼ ହସପିଟାଲରେ ଚିକିତ୍ସାଧିନ ରହିଥିବା ସୁଚନା ହସ୍ତଗତ ହେଇଥିବା ବେଳେ ଅନେକ ଛାତ୍ରଛାତ୍ରୀଙ୍କୁ ସଙ୍ଗରୋଧରେ ରହିବା ପାଇଁ ପରାମର୍ଶ କରାଯାଇଛି। ସେପଟେ ପୁଣି ଛାତ୍ରାବାସ ଏବଂ ଛାତ୍ରୀନିବାସ ମାନଙ୍କୁ ମାଇକ୍ରୋ କଣ୍ଟେନମେଣ୍ଟ ଯୋନ ଏବଂ ବଫର ଯୋନ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ବ୍ୟାରିକେଡ଼ ଲଗାଇ ଦିଆଯାଇଛି ମହାନଗର ନିଗମ ବୁର୍ଲା ଶାଖା ତରଫରୁ। ବୁର୍ଲା ଭିମସାର ଏମ୍‍ବିବିଏସ୍‍ ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ କରୋନା ସଂକ୍ରମଣ ପ୍ରସଙ୍ଗ ବର୍ତ୍ତମାନ ସରକାରୀ କଳକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଭିମସାର କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ଚାପଗ୍ରସ୍ତ ହୋଇ ରହୁଛନ୍ତି।

ଗତ ସପ୍ତାହରେ ଏମବିବିଏସ ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ବାର୍ଷିକ ଉତ୍ସବ ତିନିଦିନ ଧରି ଅନୁଷ୍ଠିତ ହୋଇଥିବା ବେଳେ ଡ଼ିଜେ ନାଇଟରେ ଅନେକ ଛାତ୍ରଛାତ୍ରୀଙ୍କ ଯୋଗଦାନ ପରେ କରୋନା ସଂକ୍ରମଣ ସ୍ତିତି ସୃଷ୍ଟି ହୋଇଥିଲା। ବୁର୍ଲା ଭିମସାର ଏମ୍‍ବିବିଏସ୍‍ ଛାତ୍ରଛାତ୍ରୀ କୋଭିଡ ଆକ୍ରାନ୍ତ ଘଟଣାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ପରୀକ୍ଷା ହେବା ମାତ୍ରେ ସଂକ୍ରମଣ ବିସ୍ତାର ଘଟୁଛି। କୌଣସି ଅପ୍ରିତିକର ପରିସ୍ତିତିକୁ ଏଡ଼ାଯିବା ପାଇଁ କୋଭିଡ଼ ଦ୍ୱିତୀୟ ହସପିଟାଲରେ ସଂକ୍ରମିତ ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କୁ ଭର୍ତ୍ତି କରାଚାଲିଛି। ଗତକାଲି ୪୨ ଜଣ ଭର୍ତ୍ତି ହୋଇଥିବା ବେଳେ ଏହାର ମାତ୍ରା ବୃଦ୍ଧି ପାଇ ଆଜି ଗୁରୁବାର ଦିନ ୫୫କୁ ପହଞ୍ଚି ଯାଇଥିବା ସୁଚନା ହସ୍ତଗତ ହୋଇଛି। ଏପରିକି ଏହା ଶତକରୁ ଅଧିକ ହେବା ପ୍ରସଙ୍ଗକୁ ଅଣଦେଖା କରାଯାଇ ନ ପାରେ। ଏହାକୁ ନେଇ ଭିମସାର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେରଙ୍କୁ ଯୋଗାଯୋଗ କରାଯିବା ଫଳରେ ସେ ଆଜିକାର ସଂକ୍ରମଣ ମାତ୍ରା ହ୍ରାସ ପାଇଥିବା ସୁଚନା ଦେଇଛନ୍ତି।

ତେବେ ସବୁଦିଗ ଉପରେ ଧ୍ୟାନ ଦିଆ ଯାଉଥିବା ସୁଚନା ଦେଇଛନ୍ତି। ପୁଣି ମାଇକ୍ରୋ କଣ୍ଟେନମେଣ୍ଟ ଯୋନ ହୋଇଥିବା ଛାତ୍ରାବାସ, ଛାତ୍ରୀନିବାସ ମାନଙ୍କ ମଧ୍ୟକୁ ପ୍ରବେଶ ଏବଂ ବାହାରିବାକୁ ବାରଣ କରାଯିବା ସହିତ ଏହା ସମ୍ମୁଖରେ ବୁର୍ଲା ମହାନଗର ନିଗମ ଶାଖା ପକ୍ଷରୁ ବ୍ୟାରିକେଡ଼ ଲଗାଇ ଦିଆ ଯାଇଛି। ବୁର୍ଲା ମହାନଗର ନିଗମ ଶାଖାର ସଫେଇ ଅଧିକାରୀ ରଞ୍ଜିତ ପରିଡ଼ା ଉପସ୍ତିତ ରହି ଏହି ବ୍ୟାରିକେଡ଼ ବ୍ୟବସ୍ତା କରାଇଥିଲେ। ଭିମସାର ହସପିଟାଲର ପୁରାତନ ପିଜି ଛାତ୍ରାବାସକୁ କୋଭିଡ଼ ଆଇସୋଲେସନ କରାଯାଇ କିଛି କୋଭିଡ଼ ସଂକ୍ରମିତ ଡ଼ାକ୍ତରୀ ଛାତ୍ରଙ୍କୁ ସେଠାରେ ରଖାଯାଇଥିବା ଏବଂ ଏହା ସମ୍ମୁଖରେ ମଧ୍ୟ ବ୍ୟାରିକେଡ଼ ଲଗାଇ ଦିଆ ଯାଇଛି। ଏହା ମଧ୍ୟକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି।

Comments are closed.