ବୁର୍ଲା ଭୀମସାରର ଦାନ୍ତ ବିଭାଗୀୟ ମୁଖ୍ୟ ପ୍ରଫେସର ଅନୁପ ସତପଥିଙ୍କ କରୋନାରେ ପରଲୋକ

ବୁର୍ଲା : ପୁଣି କରୋନା ଆଗ ଧାଡିର ଯୋଦ୍ଧା ଆଉ ଜଣେ ଡାକ୍ତରଙ୍କ ଜୀବନ ନେଇଛି। ବୁର୍ଲା ଭିମସାରର ଦନ୍ତ ବିଭାଗୀୟ ମୁଖ୍ୟ ପ୍ରଫେସର ଅନୁପ ଶତପଥିଙ୍କ ଆଜି ସକାଳ ୮ ଟା ୩୦ ମିନିଟରେ ଭୁବନେଶ୍ବର କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି।
ସୂଚନା ଯୋଗ୍ୟ, ସେ ଚଳିତ ମାସ ୧ ତାରିଖରେ କରୋନାରେ ଆକ୍ରାନ୍ତ ହୋଇ ପ୍ରଥମେ ବୁର୍ଲା ଭୀମସାର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହୋଇ ଗୁରୁତର ହେବା ପରେ ସମ୍ୱଲପୁର ଅଶ୍ବିନୀ ମେଡିକାଲ ଏବଂ ପରେ ପୁଣି ଭୁବନେଶ୍ବର ସ୍ଥିତ ସମ କୋଭିଡ ହସପିଟାଲକୁ ତାଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା।
ସେ କରୋନା ସହିତ କଳା କବକରେ ମଧ୍ୟ ପୀଡ଼ିତ ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିଲେ। ମାତ୍ର  ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ଏହାକୁ ନେଇ ବୁର୍ଲା ଭୀମସାର ସମେତ ସ୍ଥାନୀୟ ସମ୍ୱଲପୁର ଅଞ୍ଚଳରେ ଶୋକର ଛାୟା ଖେଳଯାଇଛି।

Comments are closed.