ଭିମସାରର କରୋନା ଆଇସୋଲେସନ ଶଯ୍ୟା ୩୦୦କୁ ବୃଦ୍ଧି କରିବାକୁ ଯୋଜନା

ବୁର୍ଲା : ବୁର୍ଲା ଭିମସାର ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ସାଜିଥିବା ବେଳେ ବର୍ତ୍ତମାନ କରୋନା ନୋଡ଼ାଲ ସେଣ୍ଟର ଭାବରେ ସରକାରୀ କଳର ନିର୍ଦ୍ଦେଶନାମା ମୁତାବକ ବ୍ୟବସ୍ତିତ କରାଯାଇଛି। ବର୍ତ୍ତମାନ କରୋନା ଭାଇରସ କୋଭିଡ଼-୧୯ ବିଶ୍ୱରେ ଆତଙ୍କ ସୃଷ୍ଟି କରି ଚାଲିଥିବା ବେଳେ ଅନେକ ମୁଣ୍ଡ ନେଇ ସାରିଲାଣି। ସେପଟେ ଇଟାଲୀରେ ଏହି କରୋନାର ଭୟାବହତା କାହାକୁ ଅଛପା ନାହିଁ। ମୃତ୍ୟୁ ସଂଖ୍ୟା ହଜାର ହଜାର ଅତିକ୍ରମ ହେବାକୁ ବସିଲାଣି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବିସ୍ପୋଟକ ହେବା ଆଶଙ୍କା ରହିଛି। କେନ୍ଦ୍ର ସରକାରଙ୍କ ତରଫରୁ ସତର୍କତା ମୂଳକ ପଦକ୍ଷେପ ତଥା ନିର୍ଦ୍ଦେଶନାମା ଜାରି କରାଯାଇ ଥିବା ବେଳେ ରାଜ୍ୟ ସରକାର ମଧ୍ୟ ସତର୍କତାମୂଳକ ବ୍ୟବସ୍ତା ଅବଲମ୍ବନ କରାଯିବା ପାଇଁ ନିର୍ଦ୍ଦେଶନାମା ଜାରି କରିବା ସହିତ ସମସ୍ତ ସରକାରୀ ମେଡ଼ିକାଲମାନଙ୍କୁ ସଜାଗ ରଖାଯିବା ପାଇଁ ନିର୍ଦ୍ଦେଶ ଦେଇ ସାରିଛନ୍ତି। ଏହା ସହିତ କୋଭିଡ଼-୧୯ ନିୟମାବଳୀ ମଧ୍ୟ ଜାରି କରାଯାଇଛି। ସେପଟେ ସ୍ୱତନ୍ତ୍ର ଭାବରେ କୋଭିଡ଼ କାଉଣ୍ଟର ବ୍ୟବସ୍ତା କରାଯାଇଥିବା ବେଳେ ଏଠାକୁ ଆସି ସନ୍ଦିଗ୍ଧ ରୋଗୀ ପରୀକ୍ଷା କରାଇବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରୁଛନ୍ତି। ଏହା ସହିତ ଦେଶ ବାହାରୁ ବା ରାଜ୍ୟ ବାହାରୁ ଏଠାକୁ ଆସୁଥିବା ବ୍ୟକ୍ତିବିଶେଷ ନିଜର ନାମ ତୁରନ୍ତ ପଞ୍ଜିକରଣ କରିବା ସହିତ ଭିମସାରରେ ଚିକିତ୍ସାରତ ଡ଼ାକ୍ତରଙ୍କ ପରାମର୍ଶ ନେବା ପାଇଁ ଭିମସାର ପକ୍ଷରୁ ଅନୁରୋଧ କରାଯାଉଛି। କରୋନା ସନ୍ଦେହରେ ରୋଗୀ ଆସି ତାଙ୍କ ନାମ ପଞ୍ଜିକରଣ କରି କାଉଣ୍ଟର ନିକଟରେ ବସିଥିବା ଡ଼ାକ୍ତରଙ୍କ ଦ୍ୱାରା ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହିତ ତାଙ୍କର ସ୍କ୍ରିନିଙ୍ଗ ମଧ୍ୟ କରାଯାଉଛି।

ପୂର୍ବରୁ ଭିମସାରର ଛାତି ଓ ସଂକ୍ରମଣ ରୋଗ ବିଭାଗର ପ୍ରଥମ ମହଲାକୁ ଏବଂ ବର୍ତ୍ତମାନ ସମ୍ପୂର୍ଣ୍ଣ ନୂତନ ଛାତି ଓ ସଂକ୍ରମଣ ରୋଗ ବିଭାଗ କୋଠାକୁ କରୋନା ଆଇସୋଲେସନ୍ ସେଣ୍ଟର ରୁପାନ୍ତରିତ କରି ଦିଆଯିବା ବ୍ୟବସ୍ତା ହୋଇଛି। କେବଳ ସଂକ୍ରମିତ ଟିବି ରୋଗୀଙ୍କୁ ସେହି ଛାତି ଓ ସଂକ୍ରମଣ ରୋଗ ବିଭାଗର ପୂରାତନ କୋଠାରେ ରଖାଯିବ। ମାତ୍ର ଅନ୍ୟ ସାଧାରଣ ରୋଗୀମାନଙ୍କୁ(ବିନା ସଂକ୍ରମଣ) ପୂରାତନ ମହିଳା ମେଡ଼ିସିନ ବିଭାଗକୁ ସ୍ତାନାନ୍ତରିତ କରାଯିବ ବୋଲି ଜଣାପଡ଼ିଛି। ଫଳରେ ଏହି ଛାତି ଓ ସଂକ୍ରମଣ ରୋଗ ବିଭାଗ ନୂତନ କୋଠାରେ କରୋନା ଆଇସୋଲେସନ ସେଣ୍ଟରରେ ସମୁଦାୟ ୩୦ ଜଣଙ୍କୁ ରଖାଯାଇ ପାରିବ ଏବଂ ପୁଣି ଭିମସାରର ପଶ୍ଚାତଭାଗରେ ନୂତନ ପାଣି ଟାଙ୍କି ନିକଟରେ ନିର୍ମାଣ ହୋଇଥିବା ନୂତନ କୋଠାର ତିନି ମହଲାକୁ କରୋନା ଆଇସୋଲେସନ୍ ନୂତନ ସେଣ୍ଟର(ସମ୍ପ୍ରସାରଣ) କରାଯାଇ ପୁଣି ୬୦ ଜଣଙ୍କୁ ରଖାଯାଇ ପାରିବ। ସେପଟେ ପୁଣି ରାଜ୍ୟ ସରକାର ବାହାର ଦେଶ ଇଟାଲୀର ଭୟାବହତାକୁ ନଜରରେ ରଖି ପୁଣି ତିନି ମେଡ଼ିକାଲ କଲେଜରେ କରୋନା ଆଇସୋଲେସନ୍ ଶଯ୍ୟା ବୃଦ୍ଧି କରାଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି। କଟକ ଏସସିବି ମେଡ଼ିକାଲରେ ୭୦୦ଟି ଶଯ୍ୟା, ବ୍ରହ୍ମପୁର ମେଡ଼ିକାଲରେ ୪୦୦ଟି ଶଯ୍ୟା ଏବଂ ବୁର୍ଲା ଭିିମସାରରେ ୩୦୦ଟି କରୋନା ଆଇସୋଲେସନ ଶଯ୍ୟାକୁ ବୃଦ୍ଧି କରାଯିବା ପାଇଁ ନିର୍ଦ୍ଦେଶାନାମା ହୋଇଛି। ଏହାପାଇଁ ଭିମସାରର ନୂତନ ପାଞ୍ଚ ତାଲା ବିଶିଷ୍ଟ ମେଡ଼ିସିନ ବିଭାଗ ଏବଂ ଆଇସିୟୁ ଓଟି କମ୍ପଲେକ୍ସ ମଧ୍ୟ ଉପଯୋଗରେ ଅଣାଯିବ ବୋଲି ଜଣାପଡ଼ିଛି। ସମୁଦାୟ ୨୭୦ ଆଇସୋଲେସନ ଶଯ୍ୟା ଏବଂ ୩୦ଟି ଆଇସିୟୁ ବ୍ୟବସ୍ତା କରାଯିବା ଉପରେ ବ୍ୟବସ୍ତା ଚାଲିଥିବା ଜଣାପଡ଼ିଛି। ଆଗାମୀ ଦିନମାନଙ୍କରେ କରୋନାର ଭୟାବହତାକୁ ଆଖି ଆଗରେ ରଖି ଏହି ବ୍ୟବସ୍ତା କରାଯାଉଥିବା ଦେଖିବାକୁ ମିଳୁଛି। ଏହା ସହିତ ଭିମସାରରେ ସମସ୍ତ କରୋନା ସନ୍ଦେହରେ ଆସୁଥିବା ବ୍ୟକ୍ତି ବିଶେଷଙ୍କ ସ୍ୱାସ୍ଥ୍ୟପରୀକ୍ଷା, ଯାତ୍ରା ଇତିହାସ ଏବଂ ତାଙ୍କର ସ୍କ୍ରିନିଙ୍ଗ କରାଯିବା ପରେ ଡ଼ାକ୍ତରୀ ପରାମର୍ଶ କରି ଛାଡ଼ି ଦେଉଛନ୍ତି। ଭିମସାରର କରୋନା ନୋଡ଼ାଲ ସେଣ୍ଟର ତରଫରୁ ସ୍ୱତନ୍ତ୍ର କୋଭିଡ଼ କାଉଣ୍ଟରକୁ ହିଁ କରୋନା ସନ୍ଦେହରେ ରହିଥିବା ବ୍ୟକ୍ତିବିଶେଷମାନେ ବିନା ଦ୍ୱିଧାରେ ଆସନ୍ତୁ, କୌଣସି ଜରୁରୀ କାମ ନ ଥିଲେ ପଦାକୁ ଜନସାଧାରଣ ବାହାରନ୍ତୁ ନାହିଁ ବା ହସପିଟାଲକୁ ଆସନ୍ତୁ ନାହିଁ, ୬୫ ବୟଷ୍କ ବା ତଦୁଦ୍ଧ୍ୱର୍ ବୟଷ୍କ ବ୍ୟକ୍ତି ପଦାକୁ ବାହାରନ୍ତୁ ନାହିଁ ଏବଂ କୌଣସି ବ୍ୟକ୍ତି ଯାହାର କୌଣସି ପୁରୁଣା ରୋଗ ଯେପରି ହୃଦୟ, କିଡ଼ନୀ ତା ଅନ୍ୟ କୌଣସି ରୋଗ ରହିଥିବ ସେମାନେ ପଦାକୁ ବାହାରକୁ ବାହାରନ୍ତୁ ନାହିଁ ବୋଲି ପରାମର୍ଶ କରି ଆସୁଛନ୍ତି। କରୋନା ଭାଇରସ୍ ପାଇଁ କୋଭିଡ଼ ବର୍ହିବିଭାଗ କାଉଣ୍ଟର କ୍ଲିନିକ(ଥଣ୍ଡା, କାଶ, ଜ୍ୱର ଏବଂ ନିଶ୍ୱାସ ପ୍ରଶ୍ୱାର କଷ୍ଟ କାଉଣ୍ଟର) ଅନୁଭବ କରୁଥିବା ରୋଗୀମାନଙ୍କୁ ସିଧାସଳଖ ଆସିବା ପାଇଁ ଭିମସାରର କରୋନା ନୋଡ଼ାଲ ସେଣ୍ଟର ତରଫରୁ ଅନୁରୋଧ କରାଯାଉଛି। ଛାତି ଓ ସଂକ୍ରମଣ ରୋଗ ବିଭାଗ, ମେଡ଼ିସିନ ଏବଂ ଶିଶୁବିଭାଗର ଜଣେ ଜଣେ ଡ଼ାକ୍ତର ଉପସ୍ତିତ ରହି ସ୍ୱାସ୍ଥ୍ୟପରୀକ୍ଷା ଏବଂ ସ୍କ୍ରିନିଙ୍କ କାମ ଚଳାଉଛନ୍ତି।

Comments are closed.