ବୁର୍ଲା ଓପିଟିସିଏଲ ସୁରକ୍ଷା କର୍ମଚାରୀଙ୍କ ବିକ୍ଷୋଭ ଚତୁର୍ଥ ଦିନରେ

ବୁର୍ଲା: ବୁର୍ଲା ଓପିଟିସିଏଲ କାର୍ଯ୍ୟାଳୟ ସମ୍ମୁଖରେ ସୁରକ୍ଷା କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ ଚତୁର୍ଥ ଦିବସରେ ପଦାର୍ପଣ କରିଛି। ଆଜି ବି ସୁରକ୍ଷା କର୍ମୀ ଶତାଧିକ ମାତ୍ରାରେ ଏନଏଫଆଇଟିୟୁ ଓ ଅଲ ଓଡ଼ିଶା ଘରୋଇ ସୁରକ୍ଷା କର୍ମଚାରୀ ସଂଘ ରାଜ୍ୟ ସଭାପତି ପ୍ରଶାନ୍ତ ପାଢ଼ୀ ଓ ଜୋନ ସମ୍ପାଦକ ରାମକୃଷ୍ଣ ଶାସନିଙ୍କ ନେତୃତ୍ୱରେ ଶାନ୍ତିପୁର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଓପିଟିସିଏଲର ବରିଷ୍ଠ ମହାପ୍ରବନ୍ଧକ ଗୋବିନ୍ଦ ସ୍ୱାଇଁ ଏବଂ ଇପ ମହାପ୍ରବନ୍ଧକ ଡ଼ି ସାହୁ, ଓରିଏଣ୍ଟ ସିକ୍ୟୁରିଟି ସଂସ୍ଥା କର୍ତ୍ତୃପକ୍ଷଙ୍କ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା। ଓପିଟିସିଏଲର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଉପରିସ୍ଥ ଅଧିକାରୀଙ୍କୁ ପତ୍ର ଲେଖିଥିଲେ। ୧୫ ଦିନ ସମୟ ଦେଲେ ସମାସ୍ୟାର ସମାଧାନ ସକାଶେ ବାଟ ବାହାରିବ ବୋଲି ଆଲୋଚନାରେ ମତପ୍ରକାଶ ପାଇଥିଲା। ସମାସ୍ୟାର ସମାଧାନ ନ ହେଲେ ତୃତୀୟ ସପ୍ତାହରୁ ପୁଣିଥରେ ସଂଘ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି କର୍ତ୍ତୃପକ୍ଷଙ୍କୁ ଚେତାବନି ଦିଆଯାଇଛି। କୋଭିଡ଼-୧୯ରେ କୌଣସି କର୍ମଚାରୀଙ୍କ ଛଟେଇ କରା ନ ଯିବା ସ୍ପଷ୍ଟ ଆଦେଶ ସରକାରଙ୍କ ରହିଛି। ଓପିଟିସିଏଲରେ ସରକାରଙ୍କ ନିୟମ ଲାଗୁ କଣ ପାଇଁ ହେଉନାହିଁ ବୋଲି ଶ୍ରମିକ ନେତା ଶ୍ରୀ ପାଢ଼ୀ ପଚାରିଥିଲେ।

Comments are closed.