ପାୱାର କେନାଲରେ ଭାସିଯାଇ ନାବାଳକ ନିଖୋଜ

ବୁର୍ଲା: ବୁର୍ଲା ପାୱାର କେନାଲରେ ପୁଣି ଏକ ଅଘଟଣ ଦେଖିବାକୁ ମିଳିଛି। ଜଣେ ନାବାଳକ ଭାସିଯାଇ ନିଖୋଜ ହୋଇଛି। ବୁର୍ଲା ସହରରେ ଏଭଳି ଏକ ଅଭାବନିୟ ଘଟଣା ଘଟିଛି। ନିଖୋଜ ନାବାଳକ ଜଣକ ବୁର୍ଲା ୱାନ୍ଆର କଲୋନିର ରାଜେଶ ପଞ୍ଚବିହାରଙ୍କ ଏକମାତ୍ର ପୁଅ ରୋନକ ପଞ୍ଚବିହାର(୭) ବୋଲି ଜଣାପଡିଛି। ରୋନକ୍ ଆଜି ତାଙ୍କ ମାଆ ଚୁମ୍‌କି ସହିତ ସକାଳ ୯.୩୦ ମିନିଟ ସମୟରେ ଗାଧୋଇବା ପାଇଁ ପାୱାର କେନାଲର ଶିବ ମନ୍ଦିର ଘାଟକୁ ଯାଇଥିଲେ। ଅସାବଧାନତା ବସତଃ ରୋନକ୍ ଗାଧୋଉଥିବା ବେଳେ ଗଭିର ପାଣିରେ ଭାସିଯାଇଥିଲେ। ଏହା ଦେଖି ଚୁମକି ମଧ୍ୟ ନିଜ ପୁଅ ରୋନକଙ୍କୁ ବଞ୍ଚାଇବା ପାଇଁ ପାଣି ମଧ୍ୟକୁ ଡ଼େଇଁ ପଡ଼ିଥିଲେ ମାତ୍ର ସେ ମଧ୍ୟ ପାଣିରେ ଭାସି ଯାଇଥିଲେ। ଏହା ଦେଖି କିଛି ସ୍ଥାନୀୟ ଲୋକେ ଚୁମକିକୁ ଉଦ୍ଧାର କରିଥିବା ବେଳେ ରୋନକକୁ ଖୋଜାଖୋଜି କରିବା ସତ୍ତ୍ବେ କୌଣସି ପତ୍ତା ମିଳି ପାରି ନ ଥିଲା। ରୋନକ କେନାଲ ପାଣିରେ ଭାସି ଯାଇ ନିଖୋଜ ହୋଇଯାଇଥିଲା । ତେବେ ରାଜେଶଙ୍କ ଏକମାତ୍ର ପୁଅ ହେଉଛି ରୋନକ। ଏହାପରେ ଅଗ୍ନିଶମ ବିଭାଗକୁ ତୁରନ୍ତ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିଲା। ଅଗ୍ନିଶମ ବିଭାଗର ଦୁଇଟି ଦଳ ଆସି ଦିର୍ଘ ୮ ଘଣ୍ଟା ଧରି ଖୋଜା ଖୋଜି କରିଥିଲେ ମଧ୍ୟ ରୋନକଙ୍କ କୌଣସି ପତ୍ତା ମିଳି ନ ଥିଲା। ଶେଷରେ ନିରାଶ ହୋଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରୁ ଫେରି ଆସିଥିଲା। ତେବେ ସଂନ୍ଧ୍ୟା ହେବାରୁ ଆସନ୍ତାକାଲି ପୁଣି ଉଦ୍ଧାର କାର୍ଯ୍ୟ ଜାରି ରହିବ ବୋଲି ସୂଚନା ମିଳିଛି। ଏହି ଘଟଣାକୁ ନେଇ ବୁର୍ଲା ୱାନଆର କଲୋନୀ ବାସି ଦୁଃଖରେ ଭାଙ୍ଗି ପଡିବା ଦେଖିବାକୁ ମିଳିଛି।

Comments are closed.