ବୁର୍ଲା ଭିମସାରରେ ଚିକିତ୍ସା ପାଇଁ ଭର୍ତ୍ତିହେଲେ ପଦ୍ମଶ୍ରୀ ମିତ୍ରଭାନୁ ଗୋଉଁତିଆ

ବୁର୍ଲା: ସମ୍ବଲପୁରୀ ଲୋକଗୀତ ରଙ୍ଗବତି ରଚନା କରିଥିବା ଅବସରପ୍ରାପ୍ତ ଶିକ୍ଷକ ମିତ୍ରଭାନୁ ଗୋଉଁତିଆଙ୍କୁ ବୁର୍ଲା ଭିମସାରର ହୃଦୟରୋଗ ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ମଙ୍ଗଳପୁର ସଂନ୍ଧ୍ୟା ସମୟରେ ସେ ଶ୍ୱାସଜନିତ ସମସ୍ୟା ବୋଧ କରିବାରୁ ତାଙ୍କୁ ପ୍ରଥମେ ସମ୍ବଲପୁର ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇ ପରୀକ୍ଷା ନିରୀକ୍ଷା କରିବା ପରେ ତାଙ୍କୁ ବୁର୍ଲା ଭିମସାରକୁ ନେବା ପାଇଁ ଡ଼ାକ୍ତର ପରାମର୍ଶ କରିଥିଲେ। ତାଙ୍କୁ ବୁର୍ଲା ଭିମସାରର ଆଶୁଚିକିତ୍ସା ବିଭାଗ ଏବଂ ପରେ ବୁର୍ଲା ଭିମସାରର ହୃଦୟରୋଗ ବିଭାଗରେ ହୃଦୟଜନିତ ସମାସ୍ୟା ପାଇଁ ଭର୍ତ୍ତି କରାଯାଇଛି। ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ବୁର୍ଲା ଭିମସାର କର୍ତ୍ତୃପକ୍ଷଙ୍କୁ ଶ୍ରୀ ଗୋଉଁତିଆଙ୍କ ଚିକିତ୍ସା ବ୍ୟବସ୍ତା ପାଇଁ କହିଥିଲେ। ବୁର୍ଲା ଭିମସାରର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର ଭିମସାର ହସପିଟାଲର ଅଧିକ୍ଷକ ପ୍ରଫେସର ଲାଲମୋହନ ନାୟକଙ୍କୁ ଏହା ବିଷୟରେ ଅବଗତ କରିଥିଲେ। ଭିମସାର ହସପିଟାଲ ଅଧିକ୍ଷକ ପ୍ରଫେସର ନାୟକଙ୍କ ସମେତ ଷ୍ଟିବ୍ୱାର୍ଡ଼ ଅଶ୍ୱିନୀ ମେହେର ଉପସ୍ତିତ ରହି ଚିକିତ୍ସା ବ୍ୟବସ୍ତା ତଦାରଖ କରିଥିବା ଜଣାପଡ଼ିଛି।

Comments are closed.