କଳିଙ୍ଗ ପ୍ରାଇଡ଼ ସମ୍ମାନ ପାଇଁ ଡ଼ାକ୍ତର ରାମଚନ୍ଦାନି ମନୋନିତ

ବୁର୍ଲା : ଚଳିତ ବର୍ଷ କଳିଙ୍ଗ ପ୍ରାଇଡ଼ ସମ୍ମାନରେ ସମ୍ମାନିତ ହେବେ ଭିମସାରର ସହକାରୀ ପ୍ରଫେସର ଡ଼ାକ୍ତର ଶଙ୍କର ରାମଚନ୍ଦାନି। ଆସନ୍ତା ୨୦ ତାରିଖ ଭୁବନେଶ୍ୱର ସ୍ଥିତ ଏକ ହୋଟେଲରେ କଳିଙ୍ଗ ଇଣ୍ଟର ନ୍ୟାସନାଲ ୟୁଥ୍ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଡ଼ାକ୍ତର ରାମଚନ୍ଦାନିଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଇଣ୍ଡୋନେସିଆର ରାଷ୍ଟ୍ରଦୁତ ଏବଂ ଓଡ଼ିଶାର ରାଜ୍ୟପାଳଙ୍କ ଉପସ୍ଥିତିରେ ଡ଼ାକ୍ତର ରାମଚନ୍ଦାନି ଏହି ପୁରଷ୍କାର ପାଇବେ ବୋଲି ଜଣାପଡ଼ିଛି। ସମାଜସେବୀ କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ପାଇଁ ଡ଼ାକ୍ତର ରାମଚନ୍ଦାନି ଏହି ସମ୍ମାନରେ ସମ୍ମାନିତ ହେବାକୁ ଯାଉଥିବା ଜଣାପଡ଼ିଛି। ସେ ଏହି ସମ୍ମାନ ପାଇଁ ବେଶ ଖୁସି ବ୍ୟକ୍ତ କରିବା ସହିତ ଏହା ତାଙ୍କ ମାଆଙ୍କୁ ସମର୍ପଣ କରୁଥିବା କହିଛନ୍ତି।

Comments are closed.