ଭିସୁଟ୍‌ରେ ତୃତୀୟବର୍ଷ ପ୍ରଡକ୍ସନ ଇଞ୍ଜିନିୟରିଂ ଛାତ୍ରଙ୍କୁ ରାଗିଂ

ବୁର୍ଲା: ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ)ରେ ଜଣେ ତୃତୀୟବର୍ଷ ପ୍ରଡକ୍ସନ ଇଞ୍ଜିନିୟରିଂ ଛାତ୍ରଙ୍କୁ ରାଗିଂ ଅଭିଯୋଗ ଆସିଛି। ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ପୀଡ଼ିତ ଛାତ୍ରଙ୍କ ପିତାମାତା ଭିସୁଟରେ ପହଞ୍ଚିଛନ୍ତି। Ñଗିଂ ଘଟଣାକୁ ନେଇ ଭିସୁଟର ଛାତ୍ର କଲ୍ୟାଣ ଡିନଙ୍କ ସହିତ ଆଲୋଚନା ହୋଇଥିଲା। ପୁଲହ ଛାତ୍ରାବାସରେ ବିଳମ୍ବିତ ରାତି ସାଢ଼େ ୧୧ଟା ସମୟରେ ଏହି Ñଗିଂ ହୋଇଥିବାବେଳେ ପୀଡ଼ିତ ଛାତ୍ରଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ଗତକାଲି ପୀଡ଼ିତ ଛାତ୍ରଙ୍କୁ ଭିମସାରକୁ ଚିକିତ୍ସା ପାଇଁ ପଠାଯାଇଥିଲା। ଡାକ୍ତରଖାନାରେ ଭର୍ତ୍ତି କରାଯାଇ ସାଲାଇନ ମଧ୍ୟ ଦିଆଯିବା ସହିତ ଏକ୍ସରେ ଠାରୁ ଆରମ୍ଭ କରି ସିଟିସ୍କାନ୍‌ ପରୀକ୍ଷା ମଧ୍ୟ କରାଯାଇଥିବା ସୂଚନା ମିଳିଛି।

ଅଭିଯୋଗ ଅନୁଯାୟୀ, ଭିସୁଟର ଚତୁର୍ଥ ବର୍ଷର ପ୍ରାୟ ୧୮ ଜଣ ଛାତ୍ର ଉକ୍ତ ତୃତୀୟ ବର୍ଷ ଛାତ୍ରଙ୍କୁ ମୋବାଇଲ ମାଗିଥିଲେ। ମୋବାଇଲ ନଦେବାରୁ ଉକ୍ତ ଛାତ୍ରମାନେ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଫଳରେ ଛାତ୍ରଙ୍କ ମୁହଁ, ଆଖିତଳ, କାନମୁଣ୍ଡା, ବେକ, ହାତ, ମୁଣ୍ଡପଛ ପାଖ, ପିଠି ପଛ, ଛାତି ତଥା ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ବରିଷ୍ଠ ଛାତ୍ରମାନେ ତାଙ୍କୁ ମାଡ଼ ମାରିଥିବା ପୀଡ଼ିତ ଛାତ୍ର ତଥା ତାଙ୍କ ଅଭିଭାବକ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ନେଇ ଛାତ୍ରକଲ୍ୟାଣ ଡିନ ପ୍ରଫେସର ଶୁଭ୍ରାଂଶୁ ଶେଖର ଦାସଙ୍କୁ ଯୋଗାଯୋଗ କରାଯିବାରୁ ଘଟଣାକୁ ନେଇ ଆଲୋଚନା ହୋଇଥିବା ସ୍ୱୀକାର କରିଥିଲେ। ଏପରିକି ଛାତ୍ର ଓ ଅଭିଭାବକଙ୍କ ଅଭିଯୋଗ ଅନୁଯାୟୀ Ñଗିଂ କରିଥିବା ଛାତ୍ରମାନଙ୍କ ଅଭିଭାବକଙ୍କୁ ଡକାଯାଇଥିବା ସୂଚନା ଦେବାସହିତ କାର୍ଯ୍ୟାନୁଷ୍ଠାନ ନେଇ କମିଟିରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି। ଭିସୁଟ କୁଳପତି ପ୍ରଫେସର ବଂଶୀଧର ମାଝି ଆସନ୍ତାକାଲି ଶୃଙ୍ଖଳା କମିଟି ବସିବାପରେ ଏସଂକ୍ରାନ୍ତରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି। ପୂର୍ବରୁ ମଧ୍ୟ କିଛିବର୍ଷ ତଳେ ଏହିଭଳି Ñଗିଂ ଘଟଣାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ବ​‌େ​‌ର୍ଷ ପେପର୍‌ବ୍ୟାକ୍ ସହିତ ଜୋରିମାନା ଆଦାୟ କରାଯାଇଥିଲା। ଶୃଙ୍ଖଳା କମିଟିର ବୈଠକରେ କାର୍ଯ୍ୟାନୁଷ୍ଠାନକୁ ନେଇ ସମସ୍ତେ ଅପେକ୍ଷା କରି ରହିଛନ୍ତି।

Comments are closed.