ପଶ୍ଚିମ ଓଡ଼ିଶାରେ କ୍ରୀଡ଼ାର ବିକାଶ କ୍ଷେତ୍ରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅଭିନବ ପ୍ରୟାସ

୨୦ ଏକର ପରିମିତ ସ୍ଥାନରେ ହେବ କ୍ରିକେଟ, ଫୁଟବଲ ଏବଂ ହକି ହବ

ବୁର୍ଲା: ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନରେ ଅନେକ ଛାତ୍ରଛାତ୍ରୀ ବିଶେଷକରି କ୍ରିକେଟ, ଫୁଟବଲ ତଥା ହକୀରେ ରୁଚି ରଖିଥାନ୍ତି। ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ ଜିଲ୍ଲା କ୍ରୀଡ଼ା ସଂଘର ସମ୍ପାଦକ ଦୁଲାଲ ପ୍ରଧାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜିବ ମିତ୍ତଲ କ୍ରୀଡ଼ା ବିକାଶ ପାଇଁ ଦାନ କରିବା ଲାଗି ଘୋଷଣା କରିଛନ୍ତି। ଏହି ଅବସରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡ ରଜତ କୁଜୁର, ଅଧ୍ୟାପକ ଡ ଦେବେନ୍ଦ୍ର କୁମାର ମହାଲିକ ଏବଂ ଖେଳ ଅଧିକାରୀ ଅବିନାଶ କର ଉପସ୍ତିତ ରହିଥିଲେ। ସମ୍ବଲପୁର ବିଶ୍ୱବିଦ୍ୟାଳୟ ସୁଇଟ ବୈଷୟିକ ଅନୁଷ୍ଠାନର ପଛପାଖରେ ଏହି ବିଶ୍ୱସ୍ତରୀୟ କ୍ରୀଡ଼ା ହବ ନିର୍ମାଣ ହେବାକୁ ସ୍ତିରୀକୃତ ହୋଇଛି। ଜିଲ୍ଲା କ୍ରୀଡ଼ା ସଂଘ ତରଫରୁ ଶ୍ରୀ ପ୍ରଧାନଙ୍କ ସହିତ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଏହି ସ୍ତାନକୁ ବୁଲାବୁଲି କରି ସର୍ବେକ୍ଷଣ କରି ଦେଖିଛନ୍ତି।

ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟ ସହିତ ସମ୍ବଲପୁର ଜିଲ୍ଲା କ୍ରୀଡ଼ା ସଂଘ ସହିତ ଏକ ଚୁକ୍ତିପତ୍ର ସ୍ୱାକ୍ଷର ହେବାକୁ ସ୍ତିରୀକୃତ ହୋଇଛି। ତିନୋଟି ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୁମି ପ୍ରସ୍ତୁତ କରାଯିବା ପାଇଁ ନିଷ୍ପତ୍ତି ହେବା ଏହା ମଧ୍ୟରେ କ୍ରିକେଟ, ଫୁଟବଲ ଏବଂ ହକୀ ଭଳି ଖେଳକୁ ପ୍ରୋତ୍ସାହିତ ଦିଆଯିବା କ୍ଷେତ୍ରରେ ବିକାଶ କରାଯିବା ପାଇଁ ସ୍ତିରୀକୃତ ହୋଇଛି। ତେବେ ଇତିହାସର ଫର୍ଦ୍ଦକୁ ଓଲଟାଇ ଦେଖିଲେ ଏହି ବିଶ୍ୱବିଦ୍ୟାଳୟର ଏହି ସୁଇଟ ଅନୁଷ୍ଠାନ ସ୍ତାନରେ ପୁର୍ବରୁ ମିନି ଷ୍ଟାଡ଼ିୟମ ନିର୍ମାଣ କରାଯିବା ପାଇଁ ସମସ୍ତ ପ୍ରକ୍ରିୟା ସମାପ୍ତ ହୋଇ ଯାଇଥିଲା। ମାତ୍ର ତତ୍କାଳିନ କୁଳପତି ଅରୁଣ ପୁଜାହାରୀଙ୍କ ସମୟରେ ଏହି ମିନି ଷ୍ଟାଡ଼ିୟମ ନିର୍ମାଣ ହେବା ସ୍ତାନରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସୁଇଟ ଅନୁଷ୍ଠାନ ନିର୍ମାଣ କରାଯାଇଥିଲା ଯାହାକୁ ନେଇ ଅନେକ ବିରୋଧ ପ୍ରଦର୍ଶନ କରାଯାଇ ଚର୍ଚ୍ଚା ମଧ୍ୟ ହୋଇଥିଲା। ତେବେ ସେ ଯାହା ହେଉନା କାହିଁକି ବିଶ୍ୱବିଦ୍ୟାଳୟ ପରିସରରେ ଏଭଳି ଏକ କ୍ରୀଡ଼ାହବ ନିଶ୍ଚିତ ଭାବରେ କ୍ରୀଡ଼ାବିତ ଛାତ୍ରଛାତ୍ରୀଙ୍କ ନୁତନ ଉନ୍ମାଦନା ଆଣିଦେବ ବୋଲି ଆଶାପ୍ରକାଶ ପାଉଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟରେ କ୍ରଡ଼ା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନେ ଉଲ୍ଲେଖନିୟ ଭୁମିକା ସମ୍ପାଦନ କରି ବିଶ୍ୱବିଦ୍ୟାଳୟକୁ ସୁଖ୍ୟାତି ଆଣିବା ଅନେକ ଦୃଷ୍ଟାନ୍ତ ରହିଛି। ତେବେ ଚଳିତ ୨୦୨୦ ଟୋକିଓ ଅଲମ୍ପିକସରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ତଥା କ୍ରୀଡ଼ାବିତ ଅମିତ ରୋହିଦାସ ହକୀ ଖେଳରେ କାଂଶ୍ୟ ପଦକ ହସଲ କରି ଓଡ଼ିଶାକୁ ସୁଖ୍ୟାତି ଆଣିଛନ୍ତି। ତେବେ ଏଭଳି ଭାବରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ କ୍ରୀଡ଼ା ତଥା ଏହାର ତାଲିମ କ୍ଷେତ୍ରରେ ଉକୃଷ୍ଟ ଭିତ୍ତିଭୁମି ପ୍ରସ୍ତୁତ କରାଯାଇ ଜାତୀୟ ଏବଂ ଆର୍ନ୍ତଜାତୀୟ କ୍ରୀଡ଼ାବିତ ସୃଷ୍ଟି ହୋଇ ପାରିବା ନେଇ ଆଶାପ୍ରକାଶ ପାଉଛି।

Comments are closed.