ଧିରେ ଧିରେ ଅପରାଧ ପ୍ରବଣ ହେଉଛି ବୁର୍ଲା ସହର

ପୁଲିସକୁ ଅସାମାଜିକ ତତ୍ୱଙ୍କ ଖୋଲା ଚ୍ୟାଲେଞ୍ଜ ଅନ୍ଧକାରରେ ବାଡ଼ି ବୁଲାଉଛି ପୁଲିସ: ଦୋକାନର ତାଲାକାଟି ଲୁଟିନେଲେ ସାମଗ୍ରୀ ସହିତ ନଗଦ ଟଙ୍କା

ସିସିଟିଭିରେ କଏଦ ଚୋରୀର ଦୃଶ୍ୟ

ବୁର୍ଲା: ଶିକ୍ଷାନଗରୀ ବୁର୍ଲା ସହର ପୁର୍ଣ୍ଣ ମାତ୍ରରେ ଅସାମାଜିକ ତତ୍ୱଙ୍କ ଭୁସ୍ୱର୍ଗ ପାଲଟିବାକୁ ଯାଉଛି। ଆରାମରେ ସିରିଜ ଲୁଟ, ଚୋରୀ, ଡ଼କାୟତି ଘଟଣା ଭିଆଇ ଦୁବୁର୍ତ୍ତ ପୁଲିସ ଆଖିରେ ଧୁଳିଦେଇ ଫେରାର ମାରୁଛନ୍ତି। ମାତ୍ର ପୁଲିସ ଏହି ଅପରାଧିକ ତତ୍ୱଙ୍କୁ ଦମନ କରିବାରେ ସମ୍ପୁର୍ଣ୍ଣ ବିଫଳ ହୋଇଛି। ନା କୌଣସି ଚୋର ଧରାପଡ଼ୁଛି ନା କୌଣସି ଲୁଟେରା ନା କୌଣସି ଡ଼କାୟତ। ତେବେ ସହର ପୁର୍ଣ୍ଣ ମାତ୍ରାରେ ଅସୁରକ୍ଷିତ ସଦୃଶ ହୋଇରହିଛି। ପୁଣି ଗତକାଲି ରାତ୍ରି ସମୟରେ ଗୋପବନ୍ଧୁ ଛକର ଦୋକାନ ଏବଂ ପିଜିଛକ ଦୋକାନର ତାଲା କାଟି ଦୁବୁର୍ତ୍ତ ହଜାର ହଜାର ଟଙ୍କାର ସାମଗ୍ରୀ ସହିତ ନଗଦ ଟଙ୍କା ଚୋରୀ କରି ନେଇଛନ୍ତି। ସେପଟେ ପିଜିଛକର ଦୋକାନରୁ ଚୋରୀ କରୁଥିବା ସିସିଟିଭିରେ କ୍ୟାଦ ହୋଇଛି ଦୁବୁର୍ତ୍ତର ଫଟୋଚିତ୍ର। ସୁଚନା ଥାଉକି ଗତ ବର୍ଷେତଳେ ମଧ୍ୟ ଏହି ପିଜିଛକର ଦୋକାନରୁ ଅନେକ ସାମଗ୍ରୀ ସହିତ ନଗଦ ଟଙ୍କା ଚୋରୀ ହୋଇଥିଲା।
ସୁଚନା ଥାଉକି, ପୁର୍ବତନ କାଉସିଲର ତଥା ଗୁଜୁରାତି ଦୋକାନର ମାଲିକ ବଂଶୀଧର ସାହୁଙ୍କ ଦୋକାନ ପିଜିଛକରେ ରହିଛି।

ଗତକାଲି ବିଳମ୍ବିତ ରାତିରେ ଚୋର ଦୋକାନର ତାଲାକାଟି ଅନେକ ସାମଗ୍ରୀ ଚୋରି କରି ନେଇଥିଲା। ସକାଳେ ଯେତେବେଳେ ଦୋକାନର ମାଲିକ ବଂଶୀଧର ଦୋକାନକୁ ଆସିଲେ ଭଙ୍ଗାଯାଇଥିବା ଦାମୀ ତାଲା କଟାଯାଇ ପଡ଼ିଥିବା ଦେଖିବାକୁ ପାଇଥିଲେ। ଦୋକାନ ଭିତରକୁ ଯିବା ବେଳକୁ ଦୋକାନରୁ ଅନେକ ସାମଗ୍ରୀ ଚୋରୀ ହୋଇଥିବା ଜାଣିବାକୁ ପାଇଥିଲେ। ୩୦ଲିଟର ସନଫ୍ଲାୱାର ତେଲ ବୋତଲ , ଶୋରିଷ ତେଲ ୩୦ ଲିଟର ସହିତ ଅନ୍ୟାନ୍ୟ ତେଲ କାର୍ଟୁନ ମାନ ଚୋରୀ ହୋଇଥିଲା ଏହା ସହିତ କେସ କାଉଣ୍ଟରରେ ରଖିଥିବା ପ୍ରାୟ ନଗଦ ୧୦ ହଜାର ଟଙ୍କା ମଧ୍ୟ ଚୋରୀ ହୋଇ ଯାଇଥିଲା। ଏହି ଚୋରୀ ଘଟଣାର ସମସ୍ତ ଦୃଶ୍ୟ ତାଙ୍କ ସିସିଟିଭିରେ କ୍ୟାଦ ହୋଇଥିଲା ମୁହଁରେ ମାଷ୍କ ଲଗାଇ ଦୁବୁର୍ତ୍ତ ଏହି ଚୋରି ଘଟଣାକୁ ଭିଆଇଥିଲା। ପୁଣି ଗୋପବନ୍ଧୁ ଛକ ଏକ ଦୋକାନରୁ ଗତକାଲି ରାତିରେ ଚୋରୀ ହେବା ଏବଂ ଏକ ମୋବାଇଲ ଦୋକାନରୁ ମଧ୍ୟ ଚୋରୀ ହେବା ଘଟଣା ଘଟିଛି। ସମସ୍ତ ଦୋକାନ ମାନ ବୁର୍ଲା ସହରର ମୁଖ୍ୟରାସ୍ତା ଉପରେ ହିଁ ରହିଛି। ସୁଚନା ଥାଉକି, ଗତବର୍ଷ ମଧ୍ୟ ଏହିଭଳି ଭାବରେ ଶ୍ରୀ ସାହୁଙ୍କ ଗୁଜୁରାତି ଦୋକାନରୁ ବଡ଼ ଧରଣର ଚୋରୀ ହୋଇଥିଲା ଏବଂ ସେହି ସମୟରେ ମଧ୍ୟ ଚୋର ତଥା ଚୋରୀର ସମସ୍ତ ଦୃଶ୍ୟ କ୍ୟାଦ ହୋଇଥିଲା।

ପୁଲିସକୁ ଉକ୍ତ ଚୋର ସମ୍ପର୍କରେ ସୁଚନା ତଥା ଠିକଣା ମଧ୍ୟ ଦିଆଯାଇ ଥିଲା। ମାତ୍ର ପୁଲିସର ଢ଼ିଲାମେଲା ସୁରକ୍ଷା ବ୍ୟବସ୍ତା ଯୋଗୁଁ ଏହି ଅସାମାଜିକ ତତ୍ୱ ବିନା କୌଣସି ଡ଼ର ଭୟରେ ଚୋରୀ କରି ଚାଲିଛନ୍ତି। ସେପଟେ ପୁଣି ଗତ ୯ ତାରିଖ ଭୋର ସମୟ ୩ଟାରୁ ୪ଟା ମଧ୍ୟରେ ଗାଲଗୁଣ୍ଡା ଗ୍ରାମରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ଘରେ ପଶି କର୍ମଚାରୀ ଏବଂ ତାଙ୍କ ସ୍ତ୍ରୀଙ୍କୁ ବାନ୍ଧି ଦେଇ ସଶସ୍ତ୍ର ଡକାୟତିରେ ୮ ଭରି ସୁନାଗହଣା ସହିତ ନଗଦ ୬ ହଜାର ଟଙ୍କାରୁ ଊର୍ଦ୍ଧ୍ବ ନେଇ ଡ଼କାୟତ ଚମ୍ପଟ ମାରିଥିବା ଘଟଣା ଘଟିଥିଲା। ପୁଣି ୧୦ ତାରିଖରେ ବୁର୍ଲା ସହରର ବସନ୍ତ ବିହାରରେ ଏକ ପଲସର ବାଇକ ଚୋରୀ ହେବା ଏବଂ ପୁଣି ମହତାବ ନଗର ଅଞ୍ଚଳରେ ଜଣଙ୍କ ଘରେ ମାରଣାସ୍ତ୍ର ଧରି ପ୍ରବେଶ କରିବାକୁ ଉଦ୍ୟମ କରିଥିବା ପରି ଗୁରୁତର ଅଭିଯୋଗ ହୋଇଥିଲା। ଏହା ସହିତ ପୁଣି ଏକ ସ୍କୁଟି ମଧ୍ୟ ଚୋରୀ ହୋଇଥିବା ସୁଚନା ହସ୍ତଗତ ହୋଇଛି। ଏଭଳି ଭାବରେ ବୁର୍ଲା ସହର ପୁର୍ଣ୍ଣ ମାତ୍ରାରେ ଅସାମାଜିକ ତତ୍ୱଙ୍କ ଭୁସ୍ୱର୍ଗ ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ ଏବଂ ପୁଲିସ ଅନ୍ଧକାରରେ ବାଡ଼ି ବୁଲାଉଛି।

ସେପଟେ ଗତ ଜୁୁଲାଇ ମାସ ୨୦ ତାରିଖରେ ଡ଼ାଇକ ଉପରେ ମାରଣାନ୍ତକ ଆକ୍ରମଣ ଏବଂ ଲୁଟର ଆସାମୀଙ୍କ ସମସ୍ତ ପରିଚୟ ମିଳିଥିବା ସତ୍ୱେ ସେମାନଙ୍କୁ ପୁଲିସ ଗିରଫ୍‍ କରି ପାରି ନାହିଁ। ସେପଟେ ପୁଲିସ ବିଭିନ୍ନ ସମୟରେ କିଛି ଯୁବକଙ୍କୁ ଧରି ଡ଼କାୟତ ଦଳ ଗିରଫ୍‍ କରାଯିବା ଦୁହାଇ ଦେଇ ତାଙ୍କୁ କୋର୍ଟ ଚାଲାଣ କରାଯିବାକୁ ନେଇ ବର୍ତ୍ତମାନ ସ୍ତାନିୟ ମହଲରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି। ରାତିରେ ପୁଲିସ ପେଟ୍ରୋଲିଙ୍ଗ କଡା କଡି କରିବା ସହିତ ସହରର ପ୍ରମୂଖ ସ୍ଥାନ ମାନଙ୍କରେ ରାତିରେ ମୁତୟନ ହେଉଥିବା ଗୃହରକ୍ଷୀ ମାନଙ୍କୁ ସଜାଗ କରିବାକୁ ସାଧାରଣରେ ଦାବି ଜୋର ଧରିଛି। ସେପଟେ ବର୍ତ୍ତମାନ ସୁଦ୍ଧା ଡ଼ାଇକ ଲୁଟେରାଙ୍କୁ କାବୁ କରାଯାଇ ପାରି ନ ଥିବା ବେଳେ ଲୁଟ ପରେ ଲୁଟ ଘଟଣା ଘଟିଚାଲିଛି।

Comments are closed.