ଗୁରୁତର ଶିଶୁକୁ କଟକ ସ୍ଥାନାନ୍ତର ପାଇଁ ନାହିଁ ୧୦୮ ଆମ୍ବୁଲାନ୍ସ ସ୍ୱେଚ୍ଛାସେବୀ ସଙ୍ଗଠନର ଆମ୍ବୁଲାନସରେ କଟକ ସ୍ଥାନାନ୍ତରିତ ହେଲା ନବଜାତ

କଲସେଣ୍ଟରକୁ କଲ କଲେ କହୁଛନ୍ତି ଆମ୍ବୁଲାନସ ନାହିଁ ଅନ୍ୟ ଘରୋଇ ଆମ୍ବୁଲାନସ ବ୍ୟବସ୍ତା କର

ବୁର୍ଲା: ବୁର୍ଲା ଭିମସାରରେ ଗରୀବ ନିସହାୟ ରୋଗୀଙ୍କୁ ମାଗଣାରେ କଟକ ସ୍ଥାନାନ୍ତରିତ କରିବା ପାଇଁ କୌଣସି ସୁବିଧା ଆଜିଯାବତ ଉପଲବ୍ଧ ହୋଇ ନ ପାରିବା ସ୍ତାନିୟ ସଚେତନ ବର୍ଗରେ ଉଦବେଗର କାରଣ ସାଜି ଆସୁଛି। ସରକାରୀ ଯୋଜନା ବୁର୍ଲା ଭିମସାରରେ ମିଳି ପାରୁନାହିଁ। ଏହାର ଏକ ଜ୍ୱଳନ୍ତ ଉଦାହରଣ ଗୁରୁବାର ବୁର୍ଲା ଭିମସାରରେ ଦେଖାଯାଇଛି। ଜଣେ ଗରୀବ ଗୁରୁତର ନବଜାତ ଶିଶୁକୁ କଟକ ସ୍ଥାନାନ୍ତର କରିବାପାଇଁ ଭିମସାରର ନବଜାତ ଶିଶୁ ସଘନ ଗୃହର ଡାକ୍ତର ପରାମର୍ଶ କରିଥିଲେ। ଶିଶୁର ପରିବାରର ଆର୍ଥିକ ଅନାଟନରେ ପେଶି ହେଉଥିବାରୁ ଘରୋଇ ଆମ୍ବୁଲାନ୍ସ ବ୍ୟବସ୍ତା ପାଇଁ ଅକ୍ଷମତା ବ୍ୟକ୍ତ କରିଥିଲେ। ଭିମସାର କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନକୁ ଅବଗତ କରାଯିବା ସତ୍ୱେ ସରକାରୀ ଯୋଜନାରେ କୌଣସି ମାଗଣା ଆମ୍ବୁଲାନସ ବ୍ୟବସ୍ତା ହୋଇ ପାରି ନ ଥିଲା।୧୦୮ କଲ ସେଣ୍ଟରକୁ କଲ କରିବା ପରେ ସେମାନେ ଆମ୍ବୁଲାନ୍ସ ନାହିଁ ଏବଂ ଘରୋଇ ଆମ୍ବୁଲାନ୍ସରେ କଟକ ନେବାପାଇଁ କହିଥିଲେ। ଶେଷରେ ସ୍ୱେଚ୍ଛାସେବୀ ସଙ୍ଗଠନ ସମ୍ବଳ ପକ୍ଷରୁ ଏକ ଆମ୍ବୁଲାନ୍ସ ଯୋଗେ ଉକ୍ତ ଶିଶୁକୁ ବିଳମ୍ବିତ ରାତିରେ କଟକ ଅଭିମୁଖେ ପଠାଯାଇ ପାରିଥିଲା।
ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅଞ୍ଚଳରେ ଜଣେ ୨୫ ବର୍ଷିୟ ଅବିବାହିତା ଯୁବତି ଗର୍ଭବତି ହେବା ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଉକ୍ତ ଶିଶୁକନ୍ୟା ଜନ୍ମ ହେବା ପରେ ତାର ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ତାକୁ ଡାକ୍ତର ଗତ ୩ ତାରିଖରେ ବୁର୍ଲା ଭିମସାରର ନବଜାତ ସଘନ ଗୃହକୁ ସ୍ତାନାନ୍ତରିତ କରାଯାଇଥିଲା। ଶିଶୁ କନ୍ୟାର ଖାଦ୍ୟ ନଳିରେ ସମସ୍ୟା ରହିଥିବା ଚିକିତ୍ସାରତ ଡ଼ାକ୍ତର ଜାଣିବା ପରେ ତୁରନ୍ତ ଅସ୍ତ୍ରୋପଚାର ପାଇଁ କଟକ ନେବା ପାଇଁ ପରାମର୍ଶ କରିଥିଲେ।ବୁର୍ଲା ମେଡିକାଲ ଫାଣ୍ଡି ଅଧିକାରୀ ଜାଣିବା ପରେ ତୁରନ୍ତ ଚାଇଲ୍ଡ ଲାଇନ କୁ ଜଣାଇଥିଲେ। ବୁର୍ଲା ଭିମସାରରେ ଚାଇଲ୍ଡ ଲାଇନ ଟିମର ସଦସ୍ୟା ଜ୍ୟୋତି ଶତପଥି ପହଞ୍ଚିବା ସହିତ ଶିଶୁଟିର ସ୍ୱାସ୍ଥ୍ୟ ବସ୍ତା ବୁଝିବା ସହିତ ଜିଲ୍ଲାପାଳଙ୍କୁ ଜଣାଇ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ସହାୟତା ରାଶି ଯୋଗଇ ଦେଇଥିଲେ। ତେବେ ଗତକାଲି ଠାରୁ ଶିଶୁକୁ କଟକ ଶିଶୁଭବନକୁ ସ୍ଥାନାନ୍ତର କରିବା ପାଇଁ ୧୦୮ ଆମ୍ବୁଲାନ୍ସ ପାଇଁ କହିଥିଲେ ମଧ୍ୟ ତାହା ଉପଲବ୍ଧ ହୋଇ ପାରି ନ ଥିଲା। ପୁଣି ଆଜି ଜ୍ୟୋତି ଶତପଥି ବୁର୍ଲା ଭିମସାରରୁ ୧୦୮ ଆମ୍ବୁଲାନସ କଲସେଣ୍ଟରକୁ ଯୋଗାଯୋଗ କରିଥିଲେ ମଧ୍ୟ କର୍ମଚାରୀ ମାନେ ଆମ୍ବୁଲାନସ ଉପଲବ୍ଧ ନ ଥିବା କହିଥିଲେ। ନିଜେ ଖର୍ଚ୍ଚକରି ଆମ୍ବୁଲାନ୍ସ ଭଡା କରି ନିଅ ବୋଲି କଲସେଣ୍ଟର ତରଫରୁ ଅଧିକାରୀ ମାନେ କହିଥିବା କହିଛନ୍ତି ଚାଇଲ୍ଡ ଲାଇନର ଜ୍ୟୋତି ସୁଚନା ଦେଇଛନ୍ତି। ପରେ ଭିମାସାର କର୍ତ୍ତୃପକ୍ଷ ମଧ୍ୟ ଆମ୍ବୁଲାନସ ବ୍ୟବସ୍ତା କରିବାରେ ନିଜର ଅକ୍ଷମତା ବ୍ୟକ୍ତ କରିଥିଲେ। ଶେଷରେ ସମ୍ବଳ ସଂଗଠନର କର୍ମୀ ଖବର ପାଇ ମେଡିକାଲରେ ପହଞ୍ଚି ନିଜ ଖର୍ଚ୍ଚରେ ଏକ ଆମ୍ବୁଲାନ୍ସ ଭଡା କରି ଉକ୍ତ ଶିଶୁଟିକୁ କଟକ ସ୍ଥାନାନ୍ତର କରିଛନ୍ତି। ତେବେ ଭିମସାର ଅଧିକ୍ଷକ ପ୍ରଫେସର ଜୟଶ୍ରୀ ଦୋରା ଯୋଗାଯୋଗ କରାଯିବାରୁ ଭିମସାରରେ ମାଗଣା ତାହା ପୁଣି କଟକ ନେବା ପାଇଁ କୌଣସି ଆମ୍ବୁଲାନସର ବ୍ୟବସ୍ଥା ନ ଥିବା ପ୍ରକାଶ କରିବା ସହିତ ରେଡକ୍ରସରୁ ମିଳିଥିବା ଟଙ୍କାରେ ଘରୋଇ ଆମ୍ବୁଲାନ୍ସ ଭଡା କରି ନେବା ପଇଁ କହିଥିଲେ। ସମ୍ବଲପୁର ଏଡିଏମ ଲିଙ୍ଗରାଜ ପଣ୍ଡାଙ୍କୁ ପଚାରିବାରୁ ସେ ଏଥିପାଇଁ କଣ ବ୍ୟବସ୍ଥା ହେଉଛି ମୁ ଦେଖୁଛି କହିଥିଲେ। ତେବେ ବୁର୍ଲା ଭିମସାରକୁ ଯେହେତୁ ପଶ୍ଚିମ ଓଡ଼ିଶାର ଜୀବନରେଖା ବୋଲି କୁହାଯାଉଛି ତେଣୁ ଏହି ରେଫରାଲ ହସପିଟାଲରେ ସରକାରଙ୍କ ତରଫରୁ ଗରୀବ ରୋଗୀଙ୍କୁ କଟକ ସ୍ଥାନାନ୍ତର କରାଯିବା ଆମ୍ବୁଲାନ୍ସ ବ୍ୟବସ୍ତା କରାଯିବା ପାଇଁ ସ୍ଥାନିୟ ଜନସାଧାରଣ ମାନେକ କରିଛନ୍ତି। ଏହା ସହିତ ଭିମସାରରେ ଖତ ଖାଉଥିବା ସାଧାରଣ ଆମ୍ବୁଲାନସ ଏବଂ ଆଇସିୟୁ ଆମ୍ବୁଲାନସକୁ ଉପଯୁକ୍ତ ଭାବରେ ରୋଗୀସେବାରେ ନିୟୋଜିତ କରାଯିବା ଦିଗରେ ମଧ୍ୟ ଧ୍ୟାନ ଦେବାପାଇଁ ଦାବୀ ହେଉଛି।

Comments are closed.