କରୋନା ରିପୋର୍ଟ ନେଗେଟିଭ କିନ୍ତୁ ମୃତଦେହ ଦେବାକୁ ଭିମସାର ପକ୍ଷରୁ କୁଣ୍ଠାପ୍ରକାଶ

ବୁର୍ଲା: ବୁର୍ଲା ଭିମସାରର ଚିକିତ୍ସା ବ୍ୟବସ୍ତା ଧିରେ ଧିରେ ଜଟିଳତା ଆଡ଼କୁ ଗତି କରୁଛି। ବର୍ତ୍ତମାନର କରୋନା ମହାମାରୀ ଚିକିତ୍ସା ବ୍ୟବସ୍ତାକୁ ତଳିତଳାନ୍ତ କରି ସାରିଲାଣି। ସେପଟେ ରୋଗୀଙ୍କ ପ୍ରିୟଜନ ମାନେ ରୋଗୀଙ୍କ ଚିକିତ୍ସା ବ୍ୟବସ୍ତା ଏବଂ ରୋଗୀଙ୍କ ମୃତ୍ୟୁପରାନ୍ତ ମଧ୍ୟ ଜମଦଣ୍ଡ ଭୋଗ କରୁଥିବା ଦେଖିବାକୁ ମିଳୁଛି। ବୁର୍ଲା ଭିମସାରରେ ସମସ୍ତ ରୋଗୀଙ୍କ ଭର୍ତ୍ତି ହେବା ପୁର୍ବରୁ ଆଣ୍ଟିଜେନ ଏବଂ ଆରଟିପିସିଆର ରିପୋର୍ଟ ବାଧ୍ୟତାମୁଳକ କରି ଦିଆଯାଇଛି। ଏହା ମଧ୍ୟରେ ବିଚରା ରୋଗୀଙ୍କର ଯାହା ଅବସ୍ଥା ହେଉଛି ତାହା କହିଲେ ନ ସରେ ପୁଣି ରୋଗୀଙ୍କ ପ୍ରିୟଜନ ମାନେ ରିପୋର୍ଟକୁ ଅପେକ୍ଷା କରି ଜମଦଣ୍ଡ ଭୋଗ କରୁଛନ୍ତି। ଏହାର ସମାଧାନର ବାଟ ବାହାର କରିବା ଦିଗରେ କେହି ମଧ୍ୟ ତିଳେମାତ୍ର ଚିନ୍ତା କରୁନାହାନ୍ତି।

ଗତକାଲିର ଘଟଣା ଜନୈକ ରୋଗୀଙ୍କ କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ ରହିଥିବା ସତ୍ୱେ ତାଙ୍କୁ ଆରଟିପିସିଆର ରିପୋର୍ଟ ପାଇଁ ଆଇସୋଲେସନରେ ଭର୍ତ୍ତି କରିଦିଆ ଗଲା। ତାର ଅବସ୍ଥା ବିଶେଷ ଭାବରେ ଖରାଫ୍‍ ନ ଥିଲା। ତାକୁ ଅମ୍ଳଜାନର ଆବଶ୍ୟକତା ପଡ଼ିଲା ମାତ୍ର ସଠିକ ସମୟରେ ଅକ୍ସିଜାନ ବ୍ୟବସ୍ତା ମିଳି ନ ପାରିବା ଫଳରେ ରୋଗୀଙ୍କ ଦୁର୍ଭାଗ୍ୟ ବଶତଃ ମୃତ୍ୟୁ ମଧ୍ୟ ହୋଇଯାଇଥିଲା। ମାତ୍ର ରୋଗୀର ଶବକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇ ନ ଥିଲା। ଏଭଳି କ୍ଷେତ୍ରରେ ରୋଗୀଙ୍କ ପ୍ରିୟଜନମାନେ ବାହାରେ ସମସ୍ତଙ୍କୁ ନେହୁରି କାକୁତି ମିନତି ହୋଇଥିଲେ ସୁଦ୍ଧା କେହି ମଧ୍ୟ ତାଙ୍କ କଥାକୁ କର୍ଣ୍ଣପାତ କରି ନ ଥିଲେ। ଏଭଳି ଘଟଣା ବୁର୍ଲା ମେଡ଼ିକାଲରେ ଆଗରୁ ମଧ୍ୟ ଘଟିଚାଲିଛି। ଏଭଳି କ୍ଷେତ୍ରରେ ଭିମସାରର ବ୍ୟବସ୍ତା କେତେ ତତ୍ପର ତାହା ସ୍ଫଷ୍ଟ ପ୍ରମାଣିତ ହେଉଛି।

ଏହି ଘଟଣାକୁ ଭିମସାର ବ୍ୟବସ୍ତା ଗୁରୁତର ସହିତ ନିଆଯାଇ ଯଦିବା ଉକ୍ତ ରୋଗୀଙ୍କ ମୃତ୍ୟୁ ହୋଇଥିଲା ତେବେ ତତ୍ପରତାର ସହିତ ଉକ୍ତ ରୋଗୀଙ୍କ ଶୀଘ୍ର ଆରଟିପିସିଆର ରିପୋର୍ଟ ଅଣାଯାଇ ପାରିଥାନ୍ତା ମାତ୍ର ତାହା କରିବାରେ ଭିମସାରର ତିଳେମାତ୍ର ଆନ୍ତରିକତା ନାହିଁ। ଓଲଟା ଶବକୁ ଅଟକାଇ ରଖି ରୋଗୀଙ୍କ ପ୍ରିୟଜନ ମାନଙ୍କୁ ଯମଯନ୍ତ୍ରଣା ଦେବା ପାଇଁ ସଦାସର୍ବଦା ବ୍ୟବସ୍ତା ତତ୍ପରତା ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି। ସେପଟେ ପୁର୍ବରୁ ମଧ୍ୟ କରୋନା ଆଇସସୋଲେସନ ବିଭାଗରେ ରୋଗୀଙ୍କୁ ରଖାଯାଇ ତାଙ୍କୁ ସଠିକ ସମୟରେ ଅକ୍ସିଜାନ ପ୍ରଦାନ କରା ନ ଯିବା ଫଳରେ ତାଙ୍କର ମୃତ୍ୟୁ ଘଟିଥିôବା ନେଇ ଅନେକ ଅଭିଯୋଗ ସାମ୍ନାକୁ ଆସିଛି ଏବଂ ଏହାକୁ ନେଇ ଅଭିଯୋଗ ତଥା ଉତ୍ତେଜନା ମଧ୍ୟ ପ୍ରକାଶ ପାଇବା ଦୃଷ୍ଟାନ୍ତ ରହିଛି। ଏଭଳି ଭାବରେ ନିୟମିତ ଘଟି ଚାଲିଥିବା ବେଳେ ଏପରି ଭାବରେ ରୋଗୀଙ୍କ ଜୀବନ ସହିତ ଖେଳାଯିବା ପ୍ରସଙ୍ଗକୁ ଗୁରୁତର ସହିତ ନିଆ ନ ଯିବା ସଚେତନ ବର୍ଗରେ ଚର୍ଚ୍ଚାର ବିଷୟ ପାଲଟିଛି। ସୁଚନା ଥାଉକି, ଗତ ୬ ତାରିଖରୁ ୧୦ ତାରିଖ ମଧ୍ୟରେ ସମୁଦାୟ ୧୩୦ ଜଣ ସାରି ରୋଗୀ ଗୋଟିଏ ପରେ ଗୋଟିଏ ବୁର୍ଲା ଆଶୁଚିକିତ୍ସା ବିଭାଗରେ ମୃତ୍ୟୁର ଶୀକାର ହୋଇଥିବା ଭଳି ଦୁଃଖଦ ପ୍ରସଙ୍ଗ ଘଟିଯିବା ଦୃଷ୍ଟାନ୍ତ ରହିଛି। ତଥାପି ଭିମସାର କର୍ତ୍ତୃପକ୍ଷଙ୍କ ଚେତା ପଶୁନାହିଁ। ଭିମସାରର ସ୍ଥାଣୂ ପାଲଟିଥିବା ପରିଚାଳନା ବ୍ୟବସ୍ତା ଏଭଳି କ୍ଷେତ୍ରରେ ହସ୍ତକ୍ଷେପ କରି ସମାଧାନର ବାଟ ବାହାର କରିବା ପାଇଁ ତିଳେମାତ୍ରା ଧ୍ୟାନ ଦେଉ ନାହାନ୍ତି। ଯାହାଫଳରେ ସୁଖ୍ୟାତିନାମା ବୁର୍ଲା ଭିମାସରର ଚିତ୍ର ମଳିନ ହୋଇ ହୋଇ ଯାଉଛି। ଏଭଳି ଭାବରେ କୌଣସି ରୋଗୀ ସମ୍ବନ୍ଧିୟ ସମାସ୍ୟା ହେଲେ ଏହାତ୍ତତ୍ୱରିତ ସମାଧାନ କରିବା ପାଇଁ ଭିମସାର ବ୍ୟବସ୍ତା କୌଣସି ହେଲପ୍‍ ଡ଼େଷ୍କ ବା କାଉନସିଲିଂ କରି ଏହାର ସମାଧାନ କରିବା କ୍ଷେତ୍ରରେ କୌଣସି ବ୍ୟବସ୍ତା ଆଜିଯାବତ କରାଯାଇ ପାରିଲା ନାହିଁ।

Comments are closed.