ବୁର୍ଲା କୋଭିଡ ଡାକ୍ତରଖାନା, ଦିନକରେ ୨୨ ଚିକିତ୍ସାଧୀନଙ୍କ ମୃତ୍ୟୁ

ବୁର୍ଲା: ବୁର୍ଲାସ୍ଥିତ ଭିମସାରର ଦୁଇଟି କୋଭିଡ ଡାକ୍ତରଖାନାରେ ସୋମବାର ସର୍ବାଧିକ ୨୨ ଜଣ ରୋଗୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ସମ୍ବଲପୁର ଜିଲାର ୯ଜଣ ୫୧ ବର୍ଷୀୟ ପୁରୁଷ, ୪୫ ବର୍ଷୀୟ ପୁରୁଷ, ୫୩ ବର୍ଷୀୟ ପୁରୁଷ, ୪୫ ବର୍ଷିୟା ମହିଳା, ୩୨ ବର୍ଷିୟା ମହିଳା, ୨୯ ବର୍ଷୀୟ ଯୁବକ, ୫୫ ବର୍ଷୀୟ ପୁରୁଷ, ୪୦ ବର୍ଷିୟା ମହିଳା ଏବଂ ୭୦ ବର୍ଷୀୟ ବୃଦ୍ଧ, ବରଗଡ଼ର ଜିଲାର ୫ଜଣ ୬୫ ବର୍ଷୀୟ ବୃଦ୍ଧ, ୬୦ ବର୍ଷୀୟ ବୃଦ୍ଧ, ୫୮ ବର୍ଷୀୟ ପୁରୁଷ, ୪୭ ବର୍ଷିୟା ମହିଳା ଏବଂ ୫୫ ବର୍ଷୀୟ ପୁରୁଷ, ବଲାଙ୍ଗିର ଜିଲାର ଦୁଇଜଣ ୪୫ ବର୍ଷିୟା ମହିଳା ଏବଂ ୬୦ ବର୍ଷିୟା ବୃଦ୍ଧା, ସୋନପୁର ଜିଲାର ଦୁଇଜଣ ୫୯ ବର୍ଷିୟା ବୃଦ୍ଧା ଏବଂ ୪୫ ବର୍ଷୀୟ ପୁରୁଷ, ଝାରସୁଗୁଡ଼ା ଜିଲାର ୭୫ ବର୍ଷୀୟ ବୃଦ୍ଧ, ଦେବଗଡ଼ ଜିଲାର ୩୯ ବର୍ଷିୟା ମହିଳା, ନୂଆପଡ଼ା ଜିଲାର ୪୫ ବର୍ଷୀୟ ପୁରୁଷ ଏବଂ କଲାହାଣ୍ଡି ଜିଲାର ୩୮ ବର୍ଷୀୟ ପୁରୁଷ ରୋଗୀ ରହିଛନ୍ତି। ଗତ ୧୧ଦିନ ମଧ୍ୟରେ ମୃତ୍ୟୁ ସଂଖ୍ୟା ୧୩୬ରେ ପହଞ୍ଚିଲାଣି।

ଭିମସାର କୋଭିଡ ଡାକ୍ତରଖାନା-୧ରେ ୨୩୦ରୁ ଊର୍ଦ୍ଧ୍ବ ରୋଗୀ ଚିକିତ୍ସାଧୀନ ଥିବାବେଳେ ଭିମସାର କୋଭିଡ ଡାକ୍ତରଖାନା-୨ରେ ପ୍ରାୟ ୬୦ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଗତ ଅକ୍ଟୋବରରେ ଭିମସାରରେ ପ୍ରଥମ କୋଭିଡ ଡାକ୍ତରଖାନା ଆରମ୍ଭ ଦିନଠାରୁ ଆଜି ସୁଦ୍ଧା ମୃତ୍ୟୁ ସଂଖ୍ୟା ୫୩୮ରେ ପହଞ୍ଚିଥିବା ଜଣାପଡ଼ିଛି।

Comments are closed.