ସୁଇସାଇଡ଼ ପଏଣ୍ଟ ପାଲଟିଛି ବୁର୍ଲା ମହାନଦୀ ପୋଲ

ମହାନଦୀ ପୋଲ ଉପରୁ ତଲକୁ ଲମ୍ଫ ଦେଇ ଅଜଣା ଯୁବତୀଙ୍କ ଆତ୍ମହତ୍ୟା ଘଟଣା: ମୋବାଇଲ ଫୋନ ଏବଂ ଚପଲ ଜବତ କଲା ପୁଲିସ

ବୁର୍ଲା: ବୁର୍ଲା ମହାନଦୀ ପୋଲ ଉପରୁ ତଲକୁ ଲମ୍ଫ ଦେଇ ଅଜଣା ଯୁବତୀଙ୍କ ଗତକାଲି ଆତ୍ମହତ୍ୟା କରିଥିବା ଘଟଣା ବର୍ତ୍ତମାନ ସୁଦ୍ଧା କାରଣ ଲୋକଲୋଚନକୁ ଆସୁ ନାହିଁ ମାତ୍ର ବର୍ତ୍ତମାନ ସୁଦ୍ଧା ପରିଚୟ ହସ୍ତଗତ ହୋଇ ପାରିନାହିଁ । ଏହି ଚର୍ଚ୍ଚାର ପରିସର ଭୁକ୍ତ ହୋଇଥିବା ଘଟଣାକୁ ୨୪ ଘଣ୍ଟା ବିତିଯାଇଛି ମାତ୍ର ପୁଲିସ ବର୍ତ୍ତମାନ ସୁଦ୍ଧା ଯୁବତୀଙ୍କ ସଂକ୍ରାନ୍ତରେ ପରିଚୟ ହାସଲ କରିପାରି ନାହିଁ। ମୃତା ଯୁବତୀଙ୍କ ନିକଟରୁ ଗତକାଲି ତାଙ୍କର ଏକ ମନିପର୍ସ ପୁଲିସ ଜବତ କରିଥିବା ବେଳେ ଆଜି ଘଟଣା ସ୍ଥଳରୁ ପୁଲିସ ଯୁବତିଙ୍କ ଏକ ହଳ ଚପଲ ଏବଂ ଏକ କିପେଡ ମୋବାଇଲ ଫୋନ ଜବତ କରିଛି। ମାତ୍ର ଏହି ମୋବାଇଲରେ କୌଣସି ସିମକାର୍ଡ ନ ଥିବା ଏବଂ ଭାଙ୍ଗି ଯାଇଥିବା ଅବସ୍ଥାରେ ପୁଲିସ ଜବତ କରିଛି। ସେପଟେ ଆତ୍ମହତ୍ୟା ନିଷ୍ପତ୍ତି ପୁର୍ବରୁ ମହିଳା ଜଣକ ମୋବାଇଲ ଫୋନରୁ ସିମକାର୍ଡ଼ କାଢ଼ି ଦେଇ ଫୋପାଡ଼ି ଦେଇଥିବା ଅନୁମାନ କରାଯାଉଛି। ମୋବାଇଲ ଫୋନର ଆଏମଇଆଇ ନମ୍ବର ମଧ୍ୟ ସ୍ପଷ୍ଟ ଭାବରେ ଦେଖାଯାଉ ନ ଥିବାରୁ ଯୁବତିଙ୍କ ଠିକଣା ବାହାର କରିବା ପୁଲିସ ପକ୍ଷରେ ସମ୍ଭବ ହେଉ ନ ଥିବା ବୁର୍ଲା ପୁଲିସ ସୁତ୍ରରୁ ସୂଚନା ମିଳିଛି। ତେବେ ଯୁବତୀ ଆତ୍ମହତ୍ୟା କରିଥିବା ଘଟଣା ବିଷୟରେ ସମସ୍ତ ଥାନାକୁ ବୁର୍ଲା ପୁଲିସ ପକ୍ଷରୁ ଅବଗତ କରିଦିଆଯାଇଛି। ତଥାପି ଘଟଣାକୁ ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ତାଙ୍କ ପରିବାର ଲୋକେ ବା କୌଣସି ପରିଚିତ ବ୍ୟକ୍ତି ବର୍ତ୍ତମାନ ସୁଦ୍ଧା ଥାନା ସହିତ ଯୋଗାଯୋଗ କରିନାହାନ୍ତି । ସେପଟେ ଗତକାଲିର ଯୁବତି ଜଣଙ୍କ ଏହି ଆତ୍ମହତ୍ୟା ପାଇଁ କଠୋର ନିଷ୍ପତ୍ତି ନେବା ପଛରେ କଣ କାରଣ ରହିଛି ତାହା ମଧ୍ୟ ଲୋକଲୋଚନକୁ ଆସି ପାରି ନାହିଁ। ତେବେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ମଧ୍ୟ ଯୁବତୀଙ୍କ ନିକଟ ସମ୍ପର୍କିୟ ନ ଆସିବା ଫଳରେ ଯୁବତୀ ଜଣକ ବାହାର ସ୍ତାନର କି ବୋଲି ସ୍ତାନିୟ ମହଲରେ ଚର୍ଚ୍ଚା ହେଉଛି।
ସୂଚନା ଥାଉକି ଗତକାଲି ସଂନ୍ଧ୍ୟା ପ୍ରାୟ ୫ ରୁ ୬ ଟା ମଧ୍ୟରେ ଜଣେ ଯୁବତୀ ସମ୍ବଲପୁର ଏବଂ ବରଗଡ ଜାତୀୟ ରାଜପଥର ବୁର୍ଲା ନିକଟ ମହାନଦୀ ପୋଲ ଉପରୁ ତଳକୁ ଲମ୍ଫଦେଇ ଆତ୍ମହତ୍ୟା କରିଥିଲେ। ଯୁବତୀ ଜଣକ କିଛି ସମୟ ଧରି ପୋଲ ଉପରେ ଛିଡା ହୋଇଥିବା ଦେଖି କିଛି ପଥ·ରୀ ତାଙ୍କ ନିକଟକୁ ଯିବାକୁ ଚେଷ୍ଟା କରିଥିଲେ ମାତ୍ର ଯୁବତୀ ଜଣକ ତାଙ୍କ ପାଖକୁ ଆସିଲେ ତଳକୁ ଡେଇଁ ପଡ଼ିବେ ବୋଲି ଧମକ ଦେଉଥିଲେ। ପୁଲିସକୁ ଏହା ସମ୍ପର୍କରେ ସ୍ତାନିୟ ପଥଚାରୀ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପୁର୍ବରୁ ଯୁବତୀ ଜଣକ ମହାନଦୀ ପୋଲ ଉପରୁ ତଲକୁ ଡେଇଁ ସାରିଥିଲେ। ପୁଲିସ ଏବଂ ଅଗ୍ନିଶମ ବିଭାଗ ଶଙ୍କଟାପର୍ଣ୍ଣ ଅବସ୍ଥାରେ ଉଦ୍ଧାର କରି ବୁର୍ଲା ମେଡିକାଲକୁ ଆଣିଥିଲେ ମାତ୍ର ଯୁବତୀଙ୍କ ମୃତ୍ୟୁ ହୋଇ ସାରିଥିଲା। ଏପରିକି ଏହି ସ୍ତାନରେ ଗତ ଦୁଇବର୍ଷ ପୁର୍ବରୁ ୨୦୧୯ ମସିହା ଗତକାଲିର ଦିନରେ ହିଁ ଆଲବମ ନାୟିକା ସିମ୍ରନ ବା ସେଲଫି ବେବୋଙ୍କ ଏହି ମହନାଦୀ ପୋଲରୁ ଖସି ସନ୍ଦେହଜନକ ଭାବରେ ମୃତ୍ୟୁ ଘଟିଥିବା ଦୃଷ୍ଟାନ୍ତ ରହିଛି। ଏଭଳିକି ଏହା ଏକ ସୁଇସାଇଡ଼ ପଏଣ୍ଟ ହେବାକୁ ବାସିଲାଣି ଏବଂ ଏହା ସହିତ ଏହାର ଅନତି ଦୁରତାରେ ରହିଥିବା ପାୱାର ଚେନାଲ ବ୍ରୀଜ ଉପରୁ ମଧ୍ୟ ପାଣି ମଧ୍ୟକୁ ଡ଼େଇଁ ଆତ୍ମହତ୍ୟା କରିବାର ଦୃଷ୍ଟାନ୍ତ ମାନ ରହିଛି। ତେବେ ଏହି ସମ୍ବେଦନଶୀଳ ସ୍ତାନ ମାନଙ୍କରେ ସିସିଟିଭି ବ୍ୟବସ୍ତା କରାଯାଇ ଏହା ଉପରେ ନଜର ରଖାଯାଇ ପାରିଲେ ଅନେକ ଅଘଟଣକୁ ହ୍ରାସ କରାଯାଇ ପାରିବ ବୋଲି ମତପ୍ରକାଶ ପାଉଛି।

Comments are closed.