ବୁର୍ଲା ଠାରେ କେନ୍ଦ୍ରୀୟ ବିଦ୍ୟାଳୟ-୨ର ନିଜସ୍ୱ କୋଠା ଉଦ୍‍ଘାଟିତ

ଆସନ୍ତା ବର୍ଷ ଜାନୁଆରୀ ସୁଦ୍ଧା ନିଜସ୍ୱ କୋଠାରେ ହେବ ଶିକ୍ଷାଦାନ ବ୍ୟବସ୍ତା

ବୁର୍ଲା : କେନ୍ଦ୍ରୀୟ ବିଦ୍ୟାଳୟ-୨ର ସ୍ଥାୟୀ କୋଠା ଶୁକ୍ରବାର ବୁର୍ଲା ଏନଏସି ମହାବିଦ୍ୟାଳୟ ପଶ୍ଚାତ ଭାଗରେ ଉଦ୍‍ଘାଟିତ ହୋଇଯାଇଛି। ଏଚଆରଡ଼ି ମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ ଦ୍ୱାରା ଭିଡ଼ିଓ କନଫରେନ୍ସିଙ୍ଗ ମାଧ୍ୟମରେ ନୂଆଦିଲ୍ଲୀ ଶାସ୍ତ୍ରୀ ଭବନରୁ ଏହି କେନ୍ଦ୍ରୀୟ ବିଦ୍ୟାଳୟ-୨ର ନିଜସ୍ୱ କୋଠାକୁ ଉଦଘାଟିତ କରିଥିଲେ। େଔପ•ରିକ ଭାବରେ କେନ୍ଦ୍ରୀୟ ବିଦ୍ୟାଳୟ-୨ର ନୁତନ ନିଜସ୍ୱ କୋଠାକୁ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ ଉଦଘାଟିତ କରିଥିବା ବେଳେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାୟକ ଏବଂ ଜିଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ ସମ୍ମାନୀତ ଅତିଥି ଭାବେ ଉପସ୍ତିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁର ଜିଲ୍ଲାପାଳ ପ୍ରତିନିଧି ଭାବରେ ଏଡ଼ିଏମ ଲିଙ୍ଗରାଜ ପଣ୍ଡା ଉପସ୍ତିତ ରହିଥିଲେ। କେନ୍ଦ୍ରୀୟ ବିଦ୍ୟାଳୟ-୨ର ନିଜସ୍ୱ କୋଠା ଉଦଘାଟନି ସମାରୋହରେ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ ଦ୍ୱୀପ ପ୍ରଜ୍ୱଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ ଏବଂ ସମ୍ବଲପୁର ଏଡ଼ିଏମ ଲିଙ୍ଗରାଜ ପଣ୍ଡା ପ୍ରମୁଖ ମଞ୍ଚାସୀନ ରହିଥିଲେ। ରାଜଶ୍ରୀ ଟଙ୍କ ସଙ୍ଗୀତ ଶିକ୍ଷକଙ୍କ ସରସ୍ୱତୀ ବନ୍ଦନା ପରେ ସ୍ୱାଗତ ସଙ୍ଗୀତ ପରିବେଷିତ ହୋଇଥିଲା। ସ୍ୱାଗତ ଭାଷଣ ଡ଼ିସି/ଏସି କେଭିଏସ ଆରଓ ଟି ପୁନ୍ନା ରାଓ ପ୍ରଦାନ କରିବା ସହିତ ସମସ୍ତ ଅତିଥି ବୃନ୍ଦଙ୍କୁ ସ୍ୱାଗତ କରିବା ସହିତ ପରିଚୟ ପ୍ରଦାନ କରିଥିଲେ। ସମସ୍ତ ଉପସ୍ତିତ ଅତିଥି ବୃନ୍ଦଙ୍କୁ ଉତ୍ତରିୟ କେଭି-୧ର ଅଧ୍ୟକ୍ଷ ମନିଷ କୁମାର ଶ୍ରୀବାସ୍ତବଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା।
ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଶାସ୍ତ୍ରୀୟ ନୃତ୍ୟ ଛାତ୍ରୀ ଶ୍ରୀନିକା ପଣ୍ଡା, ବି ଚିତସ୍ୱରୁପାଙ୍କ ଦ୍ୱାରା ସେମି-କ୍ଲାସିକାଲ ନୃତ୍ୟ, ନରେନ୍ଦ୍ର ମହାନନ୍ଦଙ୍କ ଦ୍ୱାରା ସେମି କ୍ଲାସିକାଲ ନୃତ୍ୟ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ-୧ର ଛାତ୍ରୀମାନଙ୍କ ଦ୍ୱାରା ସମ୍ବଲପୁରୀ ଲୋକନୃତ୍ୟ ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରୀମାନଙ୍କ ବୌଦ୍ଧିକ ଏବଂ ମାନସିକ ବିକାଶ କ୍ଷେତ୍ରରେ ବିଦ୍ୟାଳୟର ଅଧ୍ୟୟନ ବ୍ୟବସ୍ତା ସହାୟକ ହୋଇଥାଏ ଏବଂ ଛାତ୍ରଛାତ୍ରୀମାନେ ନିଜର ଅଧ୍ୟବସାୟ ବଳରେ ଯେକୌଣସି ଅସାଧ୍ୟକୁ ସାଧ୍ୟ କରି ନିଜର ଲକ୍ଷସ୍ତଳକୁ ପହଞ୍ଚି ପାରିବେ ବୋଲି ଅତିଥି ବୃନ୍ଦ ମତପ୍ରକାଶ କରିଥିଲେ।

Comments are closed.