ବୁର୍ଲା ଭିମସାର କୋଭିଡ଼ ହସପିଟାଲ; ପ୍ରାଣ ହରାଇଲେଣି ୧୪୩ କୋଭିଡ଼ ସଂକ୍ରମିତ

ବୁର୍ଲା : ବର୍ତ୍ତମାନ ବୁର୍ଲା ଭିମସାରରେ ସମ୍ବଲପୁର ଜିଲ୍ଲାର କୋଭିଡ଼ ହସପିଟାଲ ଖୋଲାଯିବା ସହିତ ସମଗ୍ର ପଶ୍ଚିମ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟରୁ କରୋନା ସଂକ୍ରମିତ ରୋଗୀ ଆସି ଭିମସାରରେ ଚିକିତ୍ସାଧିନ ରହୁଛନ୍ତି। ସେଥିରୁ କେତେକ ରୋଗୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ମଧ୍ୟ ଘଟୁଛି। ପୁଣି ଭିମସାରରେ କରୋନା ଆଇସୋଲେସନରେ କରୋନା ରୋଗୀଙ୍କ ମୃତ୍ୟୁ ମଧ୍ୟ କିଛି କମ ନୁହେଁ। ସେପଟେ ଗତ ପ୍ରାୟ ୭ ଦିନ ମଧ୍ୟରେ ସମୁଦାୟ ୧୩ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବାର ଦୃଷ୍ଟାନ୍ତ ରହିଛି। ଆଜି ଶନିବାର କରୋନା ମୃତକଙ୍କ ମଧ୍ୟରେ ସମ୍ବଲପୁରର ୧୬ ବର୍ଷିୟା ନାବାଳିକା, ବୌଦ୍ଧ ଜିଲ୍ଲାର ୪୫ ବର୍ଷିୟ ବ୍ୟକ୍ତି ଏବଂ ବଲାଙ୍ଗିର ଜିଲ୍ଲାର ୬୦ ବର୍ଷିୟ ବୃଦ୍ଧ ରହିଛନ୍ତି। ଗତକାଲି ଶୁକ୍ରବାର ଦିନ ବୁର୍ଲା ଭିମସାର କୋଭିଡ଼ ହସପିଟାଲରେ ସମୁଦାୟ ୭ ଜଣ କୋଭିଡ଼ ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ମୃତକଙ୍କ ମଧ୍ୟରେ ଜଣେ ୪୫ ବର୍ଷିୟ ମହିଳା ରୋଗୀ, ବଲାଙ୍ଗିରର ୪୦ ବର୍ଷିୟ ପୁରୁଷ ରୋଗୀ, ବୌଦ୍ଧ ଜିଲ୍ଲାର ୨୯ ବର୍ଷିୟ ପୁରୁଷ ରୋଗୀ, ଫୁଲବାଣୀର ୨୨ ବର୍ଷିୟ ପୁରୁଷ, ବଲାଙ୍ଗିର ଜଣେ ୪୧ ବର୍ଷିୟ ପୁରୁଷ ରୋଗୀ, ବରଗଡ଼ର ୨୧ ବର୍ଷିୟ ପୁରୁଷ ରୋଗୀ ଏବଂ ଝାରଖଣ୍ଡର ୨୧ ବର୍ଷିୟ ମହିଳା ରୋଗୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିବାବେଳେ ଗତ ୨୩ ତାରିଖରେ ଜଣେ ଅଜଣା କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିଲା। ପୁଣି ୨୦ ତାରିଖ ଦିନ ଦୁଇ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାର ଦୃଷ୍ଟାନ୍ତ ରହିିଛି। କରୋନା କବଳରୁ କୌଣସି ବର୍ଗର ବ୍ୟକ୍ତି ରକ୍ଷା ପାଇ ପାରୁ ନାହାନ୍ତି, ଯାହାକି ଚିନ୍ତାର ବିଷୟ। ସେପଟେ କରୋନା ଆଇସୋଲେସନରେ ସମୁଦାୟ ୬୯ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ଦୃଷ୍ଟାନ୍ତ ରହିଛି। ସେପଟେ ଗତ ଅଢ଼େଇ ମାସ ମଧ୍ୟରେ ବୁର୍ଲା ଭିମସାରର ବିଭିନ୍ନ ଜିଲ୍ଲାର ଆଜକୁ ମିଶାଇ ସମୁଦାୟ ୭୪ ଜଣ କରୋନା ସଂକ୍ରମିତଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଭିମସାର ସୂତ୍ରରୁ ପ୍ରକାଶ ପାଇଛି।

ସେପଟେ ଶନିବାର ସଂନ୍ଧ୍ୟା ସୁଦ୍ଧା ସମୁଦାୟ ୮୯ ଜଣ କରୋନା ସଂକ୍ରମିତ ବୁର୍ଲା ଭିମସାରରେ ଚିକିତ୍ସାଧିନ ରହିଥିବା ଦୃଷ୍ଟାନ୍ତ ରହିଥିବା ବେଳେ ଆଜି ସମୁଦାୟ ଶତାଧିକ ମାତ୍ରାରେ ରୋଗୀ ଭିମସାର କୋଭିଡ଼ ହସପିଟାଲରେ ଚିକିତ୍ସାଧିନ ରହିଥାନ୍ତେ। ମାତ୍ର ୧୪ ଜଣ ରୋଗୀଙ୍କୁ ଡ଼ିସଚାର୍ଜ କରାଯାଇଥିବା ବେଳେ ସମୁଦାୟ ୮୯ ଜଣ କରୋନା ରୋଗୀ ଚିକିତ୍ସାଧିନ ରହିଥିବା ଜଣାପଡ଼ିଥିବାବେଳେ ରାତିରେ ଏହାର ମାତ୍ରା ବୃଦ୍ଧି ପାଇବା ଆଶଙ୍କା ରହିଛି। ଭିମସାର କୋଭିଡ଼ ହସପିଟାଲ ମାତ୍ର ୧୦୦ ଶଯ୍ୟା ବିଶିଷ୍ଟ ହୋଇଥିବାବେଳେ ମାତ୍ରାଧିକ କରୋନା ସଂକ୍ରମିତ ରୋଗୀଙ୍କ ଭର୍ତ୍ତି ଭିମସାର ବ୍ୟବସ୍ତା ପାଇଁ ଏକ ନୁତନ ଆହ୍ୱାନ ବର୍ତ୍ତମାନର କରୋନା ଲହରୀ ସମୟରେ ସୃଷ୍ଟି କରିଛି। କୋଭିଡ଼ ହସପିଟାଲ ଆରମ୍ଭ ହେବା ଦିନଠାରୁ ଆଜି ସୁଦ୍ଧା ଭିମସାରରେ ସମୁଦାୟ ୫୦୦ ଜଣ ବିଭିନ୍ନ ଜିଲ୍ଲାର କରୋନା ରୋଗୀ ଚିକିତ୍ସାଧିନ ରହି ଡ଼ିସଚାର୍ଜ ହୋଇଥିବା ଦୃଷ୍ଟାନ୍ତ ରହିଛି। ବର୍ତ୍ତମାନ ସମ୍ବଲପୁର ଜିଲ୍ଲାର କୋଭିଡ଼ ହସପିଟାଲ କହିଲେ ବୁର୍ଲା ଭିମସାରର ୧୦୦ ଶଯ୍ୟା ବିଶିଷ୍ଟ କୋଠା ହିଁ ରହିଛି। ଗତ ଅକ୍ଟୋବର ମାସ ୧୨ ତାରିଖରୁ କୋଭିଡ଼ ହସପିଟାଲର ତ୍ରୁଟିପୁର୍ଣ୍ଣ କୋଠାକୁ ଅସ୍ଥାୟୀ ଭାବରେ ବିନା ଆଇସିୟୁ ବ୍ୟବସ୍ଥାରେ ଉଦଘାଟିତ କରାଯାଇଥିଲା। କେବଳ ମାସେ କାଳ ତ୍ରୁଟି ସଜାଡ଼ିବା ପାଇଁ କୋଠାକୁ ସର୍ତ୍ତମୂଳକ ଅଗ୍ନି ନିରାପତ୍ତା ଅନୁମତି ଦିଆଯାଇଥିଲା। ମାତ୍ର ଏହାପରେ କୋଠାଟି ବିନା ଅଗ୍ନି ନିରାପତ୍ତା ଅନୁମତି ମଧ୍ୟ ଦେଇ ଗତି କରୁଛି। ଇତି ମଧ୍ୟରେ କୋଭିଡ଼ ହସପିଟାଲ ଅଢ଼େଇମାସ କାଳ ବିତି ସାରିଛି ମାତ୍ର କୋଠାର ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥାରେ ସୁଧାର ଆସିପାରିଲା ନାହିଁ କି ଅଗ୍ନିନିରାପତ୍ତା ଅନୁମତି ମିଳିପାରିଲା ନାହିଁ। ସେପଟେ କରୋନା ସ୍ତିତିରେ ବିଷ୍ପୋଟକ ସ୍ତିତି ଉତ୍ପର୍ଣ୍ଣ ହେବା ଭିମସାର ବ୍ୟବସ୍ତା ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଥିବାବେଳେ ପୂର୍ବରୁ ସମ୍ବଲପୁରଠାରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ଼ ହସପିଟାଲ ରହିଥିଲା। ମାତ୍ର ତାକୁ ବନ୍ଦ କରିଦିଆ ଯାଇଛି। ବର୍ତ୍ତମାନର ଶୀତ ଋତୁରେ କରୋନାର ପ୍ରକୋପ ମଧ୍ୟ ମାତ୍ରାଧିକ ବୃଦ୍ଧି ପାଇବା ପରିପ୍ରେକ୍ଷିରେ କିଭଳି ଭାବରେ ସଙ୍କୁଚିତ ୧୦୦ ଶଯ୍ୟା ମଧ୍ୟରେ ସମ୍ବଲପୁର ଜିଲ୍ଲା କୋଭିଡ଼ ବ୍ୟବସ୍ତା ଗତି କରିବ ତାହା ଦେଖିବାକୁ ବାକି ରହିଲା।

Comments are closed.