ବିରଳ ଗ୍ରୁପର ରକ୍ତଦାନ ପାଇଁ ୨୦୦ କିଲୋମିଟର ରୁ ଧାଇଁ ଆସିଲେ ଯୁବକ: ଵଞ୍ଚିଲା ମହିଳାଙ୍କ ଜୀଵନ

ବୁର୍ଲା: ୨୦୦ କିଲୋମିଟରରୁ ଆସି ବଞ୍ଚାଇଲେ ଜୀବନ। ଦାନ କଲେ ବିରଳ ଗ୍ରୁପର ରକ୍ତ। ରାଉଲକେଲାରୁ ବୁର୍ଲା ଭୀମସାରକୁ ଆସି ଜଣେ ମହିଳାଙ୍କୁ ଦାନ କଲେ ରକ୍ତ। ସୂଚନା ଅନୁସାରେ ଗତ ୨ଦିନ ତଳେ ଦେବଗଡ଼ ବଡରମା ଘାଟିରେ ଏକ ଟେମ୍ପୁ ଗାଡି ଦୁର୍ଘଟଣା ଘଟିଥିଲା। ଏହି ଟେମ୍ପୁରେ ଥିବା ୭ ଜଣଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଭୀମସାରକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ଏମାନଙ୍କ ମଧ୍ୟରୁ ୬ ଜଣ ସୁସ୍ଥ ଥିବାବେଳେ ମନୀଷା ମୁଖୀଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି। ମନୀଷା ଙ୍କ ଅପରେସନ ପାଇଁ ଡାକ୍ତର କହିଥିଲେ ଏବଂ ତାଙ୍କ ଗ୍ରୁପର ରକ୍ତ ଆଣିବା ପାଇଁ ଡାକ୍ତର କହିଥିଲେ। ବିଡ଼ମ୍ବନର ବିଷୟ ମନୀଷାଙ୍କ ଯେଉଁ ଗ୍ରୁପର ରକ୍ତ ଆବଶ୍ୟକତା ରହିଛି ତାହା ଏକ ବିରଳ ଗ୍ରୁପର ରକ୍ତ ଅଟେ। ମନୀଷାଙ୍କ ବମ୍ବେ ଥେନୋଟାଇ ନାମକ ଗ୍ରୁପର ରକ୍ତ ଆବଶ୍ୟକତା ରହିଥିଲା। କିନ୍ତୁ ଏହି ଗ୍ରୁପର ରକ୍ତ ବୁର୍ଲା ଭିମସାରରେ ନାହିଁ। ଏହି ଖବର କୌଣସି ମତେ ପାଇଁ ରାଉଲକେଲା ଛେଣ୍ଡ କଲୋନୀ ନିବାସୀ ଦିଲୀପ ନାରାୟଣ ବାରିକ ୨୦୦ କିଲୋମିଟର ଦୂରରୁ ଆସି ରକ୍ତଦାନ କରିଥିଲେ। ଏହି ବମ୍ବେ ଥେନୋଟାଇ ଗ୍ରୁପର ରକ୍ତ ଅତ୍ୟନ୍ତ ବିରଳ ଅଟେ। ଏହି ଗ୍ରୁପର ରକ୍ତ ପ୍ରାୟ ୭୦୦୦ ଲୋକଙ୍କ ମଧ୍ୟରେ ଜଣଙ୍କ ପାଖରେ ଚିହ୍ନଟ ହୋଇଥାଏ।

Comments are closed.