୧୦ରୁ ଖୋଲିବ ବୁର୍ଲା ଓ ଭୁବନେଶ୍ବର ପ୍ଲାନେଟାରିୟମ

ଭୁବନେଶ୍ବର : କରୋନା ମହାମାରୀ ପାଇଁ ଦୀର୍ଘ ୩ ମାସ ହେବ ରାଜ୍ୟର ସମସ୍ତ ପ୍ଲାନେଟାରିୟମକୁ ବନ୍ଦ କରାଯାଇଥିଲା। କରୋନା ସଂକ୍ରମଣ ହାର କମିଥିବାରୁ ଆସନ୍ତା ୧୦ ତାରିଖରେ ପ୍ଲାନେଟାରିୟମ ଖୋଲିବାକୁ ଯୋଜନା କରାଯାଇଛି। ଭୁବନେଶ୍ବରର ପଠାଣି ସାମନ୍ତ ପ୍ଲାନେଟାରିୟମ, ବୁର୍ଲାର ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ ଏବଂ ଖଣ୍ଡପଡ଼ାର ପଠାଣି ସାମନ୍ତ ସଂଗ୍ରହାଳୟ କରୋନା ନିୟମ ପାଳନ କରି ଖୋଲିବାକୁ ଯାଉଛି ।
ପ୍ଲାନେଟାରିୟମକୁ ଆସୁଥିବା ସମସ୍ତ ଛାତ୍ରଛାତ୍ରୀ ଓ ବୟସ୍କଙ୍କ ଶରୀର ତାପ ମପାଯିବ। ପରିଦର୍ଶନ ବେଳେ ସମସ୍ତେ ତୁଣ୍ଡି ବାନ୍ଧିବା ବାଧ୍ୟତାମୂଳକ କରାଯାଇଛି। ବୟସ୍କ ବ୍ୟକ୍ତିମାନେ ଅନ୍ତିମ ଟିକାକରଣ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ତେବେ ଭୁବନେଶ୍ବରରେ ଶନିବାର ଓ ରବିବାର ବ୍ୟତୀତ ଅନ୍ୟ ସବୁ ଦିନ ସଂଗ୍ରହାଳୟ ଖୋଲା ରହିବ। ହେଲେ ବୁର୍ଲା ପ୍ଲାନେଟାରିୟମ ଓ ଖଣ୍ଡପଡ଼ା ସଂଗ୍ରହାଳୟ ସୋମବାର ବ୍ୟତୀତ ଅନ୍ୟ ସବୁ ଦିନ ଖୋଲା ରହିବ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମର ନିର୍ଦେଶକ ଲକ୍ଷ୍ମୀଧର ଦାସ ସୂଚନା ଦେଇଛନ୍ତି।

 

Comments are closed.