ବିଚାରାଧୀନ କଏଦୀ ମୃତ୍ୟୁ: ଜେଲ ଭିତରେ ଚିକିତ୍ସାପ୍ରତି ଅବହେଳା ଅଭିଯୋଗ

ବୁର୍ଲା : ସମ୍ବଲପୁର ମଣ୍ଡଲ କରାଗାରର ବିଚାରଧୀନ କଏଦୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ କଏଦୀ ଜଣଙ୍କ ବୁର୍ଲା ଥାନା ୱାନର୍‍ କଲୋନିର ପୁରନ୍ଦର ସୁନାଙ୍କ ପୁଅ ପ୍ରକାସ ସୁନା ଓରଫ୍‍ ବଣ୍ଟି ବେଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ବଣ୍ଟି କିଡନୀ ଏବଂ ସିକ୍ଲିନ ରୋଗରେ ଆକ୍ରାନ୍ତ ଥିଲେ। ଗତ ୧୭ ତାରିଖ ଦିନ ଜେଲରେ ତାଙ୍କ ସ୍ୱାସ୍ଥ୍ୟ ବସ୍ଥା ଠିକ୍‍ ନ ଥିବା କାରଣରୁ ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ମେଡିକାଲ ଅଣାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଜଟିଳ ଥିବା କାରଣରୁ ତାଙ୍କୁ ବୁର୍ଲା ମେଡିକାଲ ପୁରୁଷ ମେଡିସିନ ବିଭାଗରେ ଭର୍ତି କରାଯାଇଥିଲା। ତେବେ ଆଜି ଚିକିତ୍ସାଧିନ ଅବସ୍ଥାରେ ବଣ୍ଟିର ମୃତ୍ୟୁ ହୋଇଛି। ପୁଲିସ ନିୟମ ମୁତାବକ ଭିଡିଓ ଗ୍ରାଫି କରିବା ସହିତ ପୁଲିସ, ମାଜିଷ୍ଟ୍ରେଟ, ଡାକ୍ତର ଏବଂ ତାଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଶବପଞ୍ଚନାମା କରିବା ପରେ ଶବବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ତେବେ ମୃତ ବଣ୍ଟି ବୁର୍ଲା ପୁଲିସ ପାଇଁ ୱଣ୍ଟେଟ୍‍ ତାଲିକାରେ ରହିଥିଲା। ବଣ୍ଟି ନାରେ ପୂର୍ବରୁ ୭ଟି ମାମଲା ରହିଥିବା ବୁର୍ଲା ଥାନା ଅଧିକାରୀ ବିଭୂତି ଭୁଷଣ ଭୋଇ ସୂଚନା ଦେଇଛନ୍ତି। ବଣ୍ଟି ଅନେକ ଚୋରି , ଡକାୟତି, ଧାରୁଆ ଅସ୍ତ୍ରରେ ଆକ୍ରମଣ କରୁଥିଲା ଅନେକ ଲୋକଙ୍କୁ ତେବେ ପୁଲିସ ବଣ୍ଟି କୁ ଅନେକ ଥର ଗିରଫ୍‍ କରି କୋର୍ଟ ଚାଲାଣ କରିଛି। ତେବେ ଗତ ୯ ସେପ୍ଟେମ୍ବରରେ ବଣ୍ଟିକୁ କେସ ୩୬୪ ର ଧାରା ୩୯୯ ଏବଂ ୪୦୨ ଆଇପିସି ଅନୁଯାୟି ଗିରଫ କରି କୋର୍ଟ ଚାଲାଣ କରିଥିଲା।

ତେବେ ବଣ୍ଟିର ବାପା ପୁରନ୍ଦରଙ୍କ କହିବା କଥା ହେଲା ନିଜ ପୁଅ ଦେହରେ ଛୋଟ ସମୟରୁ ସିକ୍ଲିଙ୍ଗ ସମସ୍ୟା ରହିଥିଲା। ତାଙ୍କୁ ନିୟମିତ ଚିକିତ୍ସା କରାଯାଉଥିଲା। ମୋ ପୁଅ ଅନେକ ଥର ଜେଲ ଯାଇଛି ଏବଂ ଭଲ ଚିକିତ୍ସା ସୁବିଧା ମଧ୍ୟ ପାଇଛି କିନ୍ତୁ ଗତ ୯ ତାରିଖ ଦିନ ବୁର୍ଲା ପୁଲିସ ତାକୁ ଥାନାକୁ ଡକାଇ ଅଚାନକ କୋର୍ଟ ଚାଲାଣ କରିବା ଘଟଣାକୁ ସେ ନିନ୍ଦା କରିବା ସହିତ ଜେଲ ଭିତରେ ମୋ ପୁଅକୁ ଉପଯୁକ୍ତ ଚିକତ୍ସା ଦିଆଯାଇ ନାହିଁ ଯେଉଁଥିପାଇଁ ମୋ ଏକ ମାତ୍ର ପୁଅର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ବଣ୍ଟି ର ବାପା ପୁରନ୍ଦର ସୁନା। ଏହା ସହିତ ତାର ସ୍ୱାସ୍ଥ୍ୟବସ୍ତା ଠିକ ନ ଥିବା ବିଷୟରେ ଜେଲରଙ୍କୁ ଗତ ୧୭ ତାରିଖରେ ଅବଗତ କରାଯାଇଥିଲା ଏବଂ ତାର ଛାତିରେ ପିଡ଼ା ହେଉଥିବା ବିଷୟରେ ମଧ୍ୟ ଜେଲରଙ୍କୁ କୁହା ଯାଇଥିଲା ମାତ୍ର ଏହାକୁ ନେଇ ଡ଼ାକ୍ତରଙ୍କ ପରାମର୍ଶ ପରେ ଯାଇ ସଦର ହସପିଟାଲ ଏବଂ ପରେ ବୁର୍ଲା ମେଡ଼ିକାଲକୁ ଅଣାଯାଇଥିଲା। ଉପଯୁକ୍ତ ସମୟରେ ତାକୁ ଆଣି ଚିକିତ୍ସା ପ୍ରଦାନ କରାଯାଇ ନ ଥିବାରୁ ତାର ଅକାଳ ମୃତ୍ୟୁହେଲା ବୋଲି ପୁରନ୍ଦର ସୁନା ଗୁରୁତର ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ବୁର୍ଲା ଭିମସାରର ମେଡ଼ିସିନ ବିଭାଗରେ ମାଜିଷ୍ଟ୍ରେଟଙ୍କ ଉପସ୍ତିତିରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଅଞ୍ଚଳର ଅନେକ ପଡ଼ାବାସୀ ତଥା ବିଏସପି ସେଲର କର୍ମକର୍ତ୍ତା ମାନେ ସେଠାରେ ଉପସ୍ତିତ ରହିଥିଲେ। ଶବର ଅନ୍ତିମ ସଂସ୍କାର ବୁର୍ଲା ଥାନା ଅନ୍ତର୍ଗତ ଗୋଶାଳା ବଉଦିଆପଡ଼ାରେ କରାଯାଇଛି।

Comments are closed.