ବୁର୍ଲା ଭିମସାରରେ କର୍ମଚାରୀଙ୍କ ପଦୋନ୍ନତିରେ ଅନିୟମିତତା ପ୍ରସଙ୍ଗ : ପଦୋନ୍ନତିରେ ସ୍ୱଚ୍ଛତା ଆଣିବା ପାଇଁ ଭିମସାର କର୍ତ୍ତୃପକ୍ଷଙ୍କୁ କର୍ମଚାରୀ ସଂଘର ଦାବିପତ୍ର

ବରିଷ୍ଠତା ଆଧାରରେ ପଦୋନ୍ନତି କରାଯାଉ

ବୁର୍ଲା : ବୁର୍ଲା ଭିମସାରରେ ପୁଣି କର୍ମଚାରୀଙ୍କ ପଦୋନ୍ନତିକୁ ନେଇ ଚର୍ଚ୍ଚା ଯୋର ଧରିଛି। ସେପଟେ ଗତବର୍ଷ କର୍ମଚାରୀ ପଦୋନ୍ନତି ପ୍ରକ୍ରିୟାରେ ଅନିୟମିତତାର ଗନ୍ଧ ସ୍ପଷ୍ଟ ବାରି ହୋଇଥିଲା। ପୁଣି ଏହି ପଦୋନ୍ନତିକୁ ନେଇ ହସପିଟାଲ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ସ୍ପଷ୍ଟ ଦେଖିବାକୁ ମିଳିଲାଣି। ଆସନ୍ତା ଡିପିସି ବା ବିଭାଗୀୟ ପଦୋନ୍ନତି ବୈଠକରେ ପଦୋନ୍ନତି ଉପରେ ମୋହର ବାଜିବାକୁ ଥିବା ବେଳେ ପଦୋନ୍ନତିରେ ସ୍ୱଚ୍ଛତା ଅବଳମ୍ବନ କରାଯିବା ପାଇଁ ଭିମସାରର ହସପିଟାଲ ଅଧିକ୍ଷକଙ୍କୁ ହସପିଟାଲ କର୍ମଚାରୀ ସଂଘ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ତେବେ କର୍ମଚାରୀ ସଂଘର ଅଭିଯୋଗ ଅନୁସାରେ ଖୁବ୍‍ଶିଘ୍ର ପଦୋନ୍ନତିକୁ ନେଇ ହେବାକୁ ଥିବା ଡିପିସିରେ ପଦୋନ୍ନତିକୁ ନେଇ ଯେଉଁ ଚିଠା ପ୍ରସ୍ତୁତ କରାଯାଉଛି ସେଥିରେ ଅନେକ ପ୍ରକାର ଅନିୟମିତତା ହେଉଥିବା ଅଭିଯୋଗ ଆଣିଛନ୍ତି।

ବରିଷ୍ଠ କର୍ମଚାରୀ ମାନଙ୍କୁ ବାଦ ଦେଇ କନିଷ୍ଠ କର୍ମଚାରୀ ମାନଙ୍କୁ ପଦୋନ୍ନତି ଦେବାର ଏକ ମସୁଧା ଚାଲିଥିବା ବୋଲି ସଂଘ ପକ୍ଷରୁ ଅଭିଯୋଗ ହୋଇଛି। ତେବେ ଏଥିରେ କିଛି ନ୍ୟସ୍ତସ୍ୱାର୍ଥ ଅଧିକାରୀ ସମସ୍ତ ନିତି ନିୟମକୁ ଜଳାଞ୍ଜଳି ଦେଇ ଏହି କନିଷ୍ଠ କର୍ମଚାରୀ ମାନଙ୍କୁ ପଦୋନ୍ନତି ଦେବାରେ ଚକ୍ରାନ୍ତ କରୁଥିବା ସ୍ପଷ୍ଟ ଭାବରେ ସଂଘ ପକ୍ଷରୁ ଦର୍ଶାଯାଇଛି। ତେବେ ଏହାକୁ ରୋକିବା ସହିତ ପଦୋନ୍ନତିରେ ସ୍ୱଚ୍ଛତା ଅବଳମ୍ବନ କରିବାକୁ ହସପିଟ।।ଲ ଅଧିକ୍ଷକଙ୍କ ନିକଟରେ ସଂଘ ପକ୍ଷରୁ ଦାବି କରାଯାଇଛି। ତେବେ ଯଦି ପଦୋନ୍ନତିରେ ଅନିୟମିତା ହୁଏ ତେବେ କର୍ମଚାରୀ ମହଳରେ ଅସନ୍ତୋଷ ଦେଖାଦେବା ସହିତ କର୍ମଚାରୀଙ୍କ ମନୋବଳ ଭାଙ୍ଗିପଡିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ତେବେ ସଂଘ ର ଦାବି ହେଉଛି ଯେ ସରକାରଙ୍କ ନିୟମାନୁସାରେ ୧୦ ବର୍ଷ ରେଗୁଲାର ଚାକିରୀ ହୋଇଥିବା କର୍ମଚାରୀଙ୍କୁ ଏଥିପାଇଁ ବିଚାରକୁ ନିଆଯିବା ପାଇଁ ସଂଘ ଦାବି କରିଛି। ଏଥିସହିତ ସର୍ଭିସ ବହିର ଚାକିରୀରେ ଯୋଗଦାନ କରିଥିବା ଦିନଠାରୁ ବରିଷ୍ଠତା ଭିତ୍ତିରେ ପଦୋନ୍ନତି ଦିଆଯିବା ଏବଂ ସର୍ବନିମ୍ନ ଯୋଗ୍ୟତାକୁ ମାଟ୍ରିକ ଭାବରେ ଗ୍ରହଣ କରିବାକୁ ସଂଘ ଦାବି କରିଛି। ତେବେ ଏଥିରେ କୌଣସି ପ୍ରକାର ବ୍ୟତିକ୍ରମ ହେଲେ ଯେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସମ୍ପୂର୍ଣଭାବେ ମେଡିକାଲ ପ୍ରଶାସନ ଦୟି ରହିବେ ଭିମସାରର ହସପିଟାଲ କର୍ମଚାରୀ ସଂଘ ଚେତାବନି ଦେଇଛି।

ସୁଚନା ଥାଉକି, ବତବର୍ଷ ମଧ୍ୟ କେତେକ ନିୟମକୁ ଜଳାଞ୍ଜଳି ଦିଆଯାଇ କର୍ମଚାରି ମାନଙ୍କୁ ପଦୋନ୍ନତି ଦିଆଯିବାକୁ ମେଇ ତୁମ୍ବିତୋଫାନ ଦେଖାଦେଇଥିବା କେତେକ କର୍ମଚାରୀଙ୍କ ସଂଶ୍ଲିଷ୍ଟ ରହିଥିବା ନେଇ ଚର୍ଚ୍ଚା ଯୋର ଧରିଥିଲା। ସେପଟେ ପୁଣି ଚଳିତ ବର୍ଷ ପଦୋନ୍ନତିକୁ ନେଇ ଅନିୟମିତତା ହେବା ଅଭିଯୋଗ ଉଠିଥିଲା ତେବେ ଏହାକୁ ଉଚିତ ଭାବରେ କରାଯିବା ପରିପେକ୍ଷିରେ ଏଥିରେ ବିଳମ୍ବ ହୋଇଥିଲା। ମାତ୍ର ମେଡ଼ିକାଲ କଲେଜର ଏକ କର୍ମଚାରୀ ଗୋଷ୍ଠୀ ଏହି ପଦୋନ୍ନତି ପ୍ରକ୍ରିୟାକୁ ଶୀଘ୍ର କରା ନ ଗଲେ ଆନ୍ଦୋଳନ କରାଯିବ ବୋଲି ଦୃଢ଼ୋକ୍ତି ବ୍ୟକ୍ତି କରି ଭିମସାରର ଡ଼ିନ ପ୍ରଫେସର ବ୍ରଜମୋହନ ମିଶ୍ରଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ। ଉକ୍ତ ଦାବିପତ୍ରକୁ ଅଧ୍ୟକ୍ଷ ପ୍ରଫେସର ମିଶ୍ର ଭିମସାରର ନିର୍ଦ୍ଦେଶକଙ୍କ ନିକଟକୁ ପ୍ରେରିତ କରିଥିଲେ। ତେବେ ଏହି ପଦୋନ୍ନତିରେ ମଧ୍ୟ ଦୁର୍ନିତିର ଗନ୍ଧ ରହିଥିବା ଭିମସାର ହସପିଟାଲର କର୍ମଚାରୀ ସଂଘ ପୁଣି ଅଭିଯୋଗ ଉଠାଇଲେଣି। ସେପଟେ କର୍ମଚାରୀ ମଧ୍ୟରେ ଦ୍ୱୁମତ ରହିବା ନେଇ ସଚେତନ ବର୍ଗରେ ବିଭିନ୍ନ ଚର୍ଚ୍ଚା ଯୋର ଧରିଛି।

Comments are closed.