ବୁର୍ଲା ଭିମସାର : ପଞ୍ଚମ ଦିନରେ ପହଞ୍ଚିଲା କୋଭିଡ ସେବିକାଙ୍କ ଆନ୍ଦୋଳନ, ନିଜ ଜିଦରେ ଅଟଳ ଠିକାସେବିକା

ବୁର୍ଲା : ସ୍ଥାୟୀ ନିଯୁକ୍ତି ଦାବିକୁ ନେଇ ବୁର୍ଲା ଭିମସାର ହସପିଟାଲ ସମ୍ମୁଖରେ କୋଭିଡ଼ ସେବିକା ଆନ୍ଦୋଳନ ଆଜି ପଞ୍ଚମ ଦିବସରେ ପହଞ୍ଚିଛି। ତେବେ ଆଜି ମଧ୍ୟ ଏହି କୋଭିଡ ସେବିକା ମାନେ କଳାବ୍ୟାଚ ପରିଧାନ କରି ସେମାନଙ୍କର ଶାନ୍ତି ପୁର୍ଣ୍ଣ ଆନ୍ଦୋଳନ ଜାରି ରଖୀଥିବା ବେଳେ କିନ୍ତୁ ଭିମସାର କର୍ତ୍ତୃପକ୍ଷ ଆନ୍ଦୋଳନକୁ ଭଣ୍ଡୁର କରୁଥିବା ସତ୍ୱେ କୌଣସି ଫଳାଫଳ ମିଳି ନାହିଁ। ଆନ୍ଦୋଳନ ଜାରି ରଖିଛନ୍ତି କୋଭିଡ଼ ଠିକା ସେବିକା ମାନେ। ଅନ୍ୟପଟେ ସେବିକା ମାନଙ୍କ ଦାବୀ ଶୁଣିବାକୁ କୌଣସି ହସପିଟାଲ ଅଧିକାରୀ ପାଖକୁ ଆସୁ ନାହାନ୍ତି କି ସେମାନଙ୍କ ସହିତ କୌଣସି ଆଲୋଚନା କରୁ ନ ଥିବାରୁ ଆନ୍ଦୋଳକାରୀଙ୍କ ମହଲରେ ଅଶାନ୍ତି ପ୍ରକାଶ କରିଛନ୍ତି। ତେବେ କେତେଦିନ ଏହି ଆନ୍ଦୋଳନ ଜାରୀ ରହିବ ଏବଂ ଆଗକୁ ଆନ୍ଦୋଳନର ରୂପରେଖ କଣ ରହିବ ତାହା ହିଁ ଦେଖିବା ବାକି ରହିଲା।

ସୂଚନା ଥାଉ କି ସମ୍ବଲପୁର ଜିଲାର ବୁର୍ଲା ଭିମସାରର କୋଭିଡ଼ ହସପିଟାଲରେ କୋଭିଡ଼-୧୯ ସ୍ତିତିରେ ଚୁକ୍ତିଭିତ୍ତିକ ଭାବରେ ପ୍ରାୟ ୧୮୮ ଜଣ ମହିଳା ଏବଂ ପୁରୁଷ ସେବିକା କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ରାଜ୍ୟ ସରକାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉକୃଷ୍ଟତା ଆଣିବା ପାଇଁ ସମଗ୍ର ରାଜ୍ୟରେ ସମୁଦାୟ ୬୪୩୨ ଜଣ ଠିକାଭିତ୍ତିକ ସେବିକା ପଦବୀ ସୃଷ୍ଟି କରିଛନ୍ତି। ଏହା ମ୍ମରୁ ସମ୍ବଲପୁର ଜିଲ୍ଲାର ବୁର୍ଲା ଭିମସାରର କୋଭିଡ଼ ହସପିଟାଲରେ ୨୨୦ଟି ନୁତନ କୋଭିଡ଼ଭ ସେବିକା ପଦବୀ ସୃଷ୍ଟି କରିଛନ୍ତି। ତେବେ ପ୍ରାୟ ୭ ରୁ ୮ ମାସ ହେବ କୋଭିଡ୍‍ ପାଇଁ ଆଉଟ ସୋର୍ସିଂ ଭାବେ ନିଯୁକ୍ତି ପାଇଥିବା ସେବିକା ମାନଙ୍କୁ ସରକାର ପକ୍ଷରୁ ନିଯୁକ୍ତି ପାଇଁ ବାହାରିଥିବା ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ପ୍ରଥମେ ସୁଯୋଗ ଦିଆଯାଉ ଯହାକି ୬ ବର୍ଷ କାମ କରିବା ପରେ ଉକ୍ତ ପଦବୀ ଗୁଡିକ ନୀୟମିତ ହୋଇଥାଏ ବୋଲି ସେବିକା ମାନେ ଦାବି କରିଛନ୍ତି।

Comments are closed.