ବୁଲେଟ୍‌ପ୍ରୁଫ୍ କାଚ ଭାଙ୍ଗିଲେ ମିଳିବ ୩କୋଟି ଟଙ୍କା!

ବିଜ୍ଞାପନ ପାଇଁ କାନାଡାର ଏକ କମ୍ପାନୀ ୨୦୧୨ରେ ପଦକ୍ଷେପଟିଏ ନେଇଥିଲା, ସର୍ତ୍ତ ପୂରଣ ହେଲେ ବ୍ୟକ୍ତିବିଶେଷଙ୍କୁ ୩କୋଟି ରାଶି ତୁରନ୍ତ ମିଳିବାର ଘୋଷଣାକୁ ଇତିମଧ୍ୟରେ ୮ ବର୍ଷ ପୂର୍ତ୍ତି ହେଲାଣି। ହେଲେ ଏ ଯାଏଁ କେହି ବିଜେତା ଘୋଷିତ ହୋଇପାରିନାହାନ୍ତି। ପ୍ରଚାର ତଥା ପ୍ରସାର ପାଇଁ କମ୍ପାନୀର ବୁଦ୍ଧିମତ୍ତାକୁ ପ୍ରକୃତରେ ପ୍ରଶଂସା ନ କରି ରହିହେବନି।

ବୁଲେଟ୍‌ପ୍ରୁଫ୍ କମ୍ପାନୀ କାନାଡାର ଭ୍ୟାଙ୍କୋଭର୍‌ ବସ୍‌ ଷ୍ଟପ୍‌ରେ ଏକ କାଚର ବାକ୍ସ ଭିତରେ ୩କୋଟି ଟଙ୍କାର ନୋଟ୍ ରଖିଛି, ଏଇ କାଚ ବାକ୍ସ ଶକ୍ତ, ଦୃଢ଼ ବୁଲେଟ୍‌ପ୍ରୁଫ୍। ବିଜ୍ଞାପନରେ ଉଲ୍ଲେଖ ହୋଇଛି, ଯେ କେହି ଏଇ କାଚ ବାକ୍ସକୁ ଭାଙ୍ଗିବ, ଭିତରେ ଥିବା ପରିମାଣ ରାଶି ସେହି ବ୍ୟକ୍ତିର। ଲୋକଙ୍କ ଉତ୍ସାହ ମଧ୍ୟ ଏଭଳି ବିଜ୍ଞାପନ ଦେଖି ବଢ଼ିଥିଲା, ବିଭିନ୍ନ ବର୍ଗର ଲୋକ ଚେଷ୍ଟା ଚଳାଇଲେ। କେହି ଶକ୍ତ ଲୁହାରେ ତ’ ଅନ୍ୟ କେହି ଡ୍ରିଲିଂ ମେସନ୍‌‌ରେ, ପଥର ଫିଙ୍ଗି ମଧ୍ୟ ଚେଷ୍ଟା ଚଳାଇଲେ, ପାଖାପାଖି ୬ ମାସ ବସ୍‌ଷ୍ଟପ୍‌ ପାଖ ଏହି ବିଜ୍ଞାପନ ବାକ୍ସ ପାଖରେ ଲୋକଙ୍କ ଗହଳି ହେଲା। ଲୋକେ ଚେଷ୍ଟା କରି ହତାଶ ହେଲେ, କିନ୍ତୁ ବୁଲେଟ୍‌ପ୍ରୁଫ୍ କାଚ ଭାଙ୍ଗିଲା ନାହିଁ। ପ୍ରଚାର ତଥା ବିକ୍ରି ବଢ଼ାଇବା ନିମନ୍ତେ କମ୍ପାନୀର ଏଇ ଉପାୟ କାର୍ୟ୍ୟକାରୀ ମଧ୍ୟ ହୋଇଛି। ଏବେ ସୁଦ୍ଧା ବସ୍‌ ଷ୍ଟପ୍‌ରେ ସେହି ବୁଲେଟ୍‌ପ୍ରୁଫ୍ କାଚ ବାକ୍ସ ରହିଛି, ଆଜିକାଲି ଲୋକ ଏ ବାକ୍ସକୁ ଭାଙ୍ଗିବାକୁ ଆଉ ଚେଷ୍ଟା କରୁନାହାନ୍ତି। ସମସ୍ତେ ଭଲଭାବେ ଜାଣିଗଲେଣି ଏଇ ଶକ୍ତ ବୁଲେଟ୍‌ପ୍ରୁଫ୍‌ କାଚକୁ ଭାଙ୍ଗି ଟଙ୍କା ବାହାର କରିବା ସେମାନଙ୍କ ପକ୍ଷେ ସମ୍ଭବପର ନୁହେଁ। ସାଧାରଣତଃ ବୁଲେଟ୍‌ପ୍ରୁଫ୍‌ କାଚ ବର୍ଗଫୁଟ୍ ପିଛା ୪ହଜାର-୫ହଜାର ଟଙ୍କାରେ ବିକ୍ରି ହୁଏ, କାନାଡାର ଏଇ କମ୍ପାନୀର ବୁଲେଟ୍‌ପ୍ରୁଫ୍‌ କାଚ ବର୍ଗଫୁଟ୍ ପିଛା ୯ହଜାର ଟଙ୍କାରେ ବିକ୍ରି ହେଉଥିବାର ଜଣାପଡ଼ିଛି।

Comments are closed.