ନିର୍ମାଣଧୀନ କୋଠା ଭୁଷୁଡ଼ି ୨ ମୃତ ; ଅନେକ ଫସି ରହିଥିବା ସୂଚନା, ଉଦ୍ଧାର କାର୍ଯ୍ୟ ଜାରି

ପଞ୍ଜାବ : ପଞ୍ଜାବର ମୋହାଲି ଜିଲାର ଡ଼େରାବାସୀ ଅଞ୍ଚଳରେ ଏକ ନିର୍ମାଣଧୀନ କୋଠା ଭୁଷୁଡ଼ି ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକେ ଏହାତଳେ ଦବିକି ରହିଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୁଲିସ, ଏନଡ଼ିଆରଏଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଘଟଣାସ୍ଥଳରେ ଆବଶ୍ୟକ ପରିମାଣରେ ଆମ୍ବୁଲାନ୍ସ ଉପସ୍ଥିତ ରହିଛି।
ସୂଚନା ଯୋଗ୍ୟ, ଭୁଷୁଡି ପଡ଼ିଥିବା କୋଠାଟି ନିର୍ମାଣଧୀନ ଥିଲା ଓ ସେଠାରେ ଶ୍ରମିକ ମାନେ କାର୍ଯ୍ୟରତ ଥିଲେ। ଡେରାବାସୀ ମୁଖ୍ୟ ବଜାର ନିକଟରେ ଥିବା ନିର୍ମାଣଧୀନ କୋଠା ହଠାତ ଭୁଷୁଡି ପଡ଼ିଥିଲା।

 

Comments are closed.