ଦୀପରୁ ନିଆଁ ଲାଗି ମହିଳା ଗୁରୁତର

ବୁଗୁଡ଼ା: ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମୋଟାବାଡି ଗ୍ରାମରେ ଦୀପରୁ ନିଆଁ ଲାଗି ଜଣେ ମହିଳା ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି। ଘଟଣାରୁ ପ୍ରକାଶ ଯେ, ମୋଟାବାଡ଼ି ଗ୍ରାମର ରାମଚନ୍ଦ୍ର ମହାରଣାଙ୍କ ପତ୍ନୀ ଗାୟତ୍ରୀ ମହାରଣା ଆଜି ସାଢେ ଏଗାରଟା ବେଳେ ପୂଜା କରିବା ପାଇଁ ଗାଁର ଶିବ ମନ୍ଦିରକୁ ଯାଇଥିଲେ। ଅସାବଧାନତା ବଶତଃ ସେଠାରେ ଜଳୁ ଥିବା ଏକ ଦୀପର ନିଆଁ ତାଙ୍କର ଶାଢୀରେ ଲାଗିଯାଇଥିଲା । ଫଳରେ ଶାତୀଟି ହୁତୁ ହୁତୁ ହୋଇ ଜଳି ତାଙ୍କ ଗୋଡରୁ ବେକ ଯାଏଁ ସାରା ଦେହ ପୋଡିଯାଇଥିଲା। ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ବୁଗୁଡ଼ା ମେଡିକାଲକୁ ଅଣାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ଗାୟତ୍ରୀ(୩୫)ଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା।

Comments are closed.