ପାର୍ଲାମେଣ୍ଟର ବଜେଟ୍‍ ଅଧିବେଶନ ୨୯ରୁ : ଫେବୃୟାରୀ ପହିଲାରେ ଆଗତ ହେବ ବଜେଟ

ନୂଆଦିଲ୍ଲୀ : ପାର୍ଲାମେଣ୍ଟର ବଜେଟ୍‍ ଅଧିବେଶନ ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଉଭୟ ସଦନର ମିଳିତ ଅଧିବେଶନରେ ଅଭିଭାଷଣ ସହ ବଜେଟ୍‍ ଅଧିବେଶନ ଆରମ୍ଭ ହେବ। ଫେବୃୟାରୀ ପହିଲାରେ କେନ୍ଦ୍ର ବଜେଟ୍‍ ଉପସ୍ଥାପନ କରାଯିବ। ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକର ଅସ୍ଥାୟୀ ଖର୍ଚ୍ଚ ଦାବି ଉପରେ ସ୍ଥାୟୀ କମିଟିଗୁଡ଼ିକୁ ବିବେଚନା କରିବା ଓ ରିପୋର୍ଟ ପ୍ରସ୍ତୁତ କରିବାପାଇଁ ଫେବୃୟାରୀ ୧୫ ତାରିଖରୁ ପାର୍ଲାମେଣ୍ଟକୁ ମୁଲତବୀ ରଖାଯିବ।

ବଜେଟ୍‍ ଅଧିବେଶନର ଦ୍ୱିତୀୟ ଭାଗ ମାର୍ଚ୍ଚ ୮ ତାରିଖରୁ ଆରମ୍ଭ ହେବ। ତାହା ଏପ୍ରିଲ୍‍ ୮ ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି। ଗତ ୫ ତାରିଖରେ ସଂସଦୀୟ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‍ କମିଟି ଆସନ୍ତା ୨୯ ତାରିଖରୁ ପାର୍ଲାମେଣ୍ଟର
ବଜେଟ୍‍ ଅଧିବେଶନ ଆରମ୍ଭ କରିବା ଓ ଏପ୍ରିଲ୍‍ ୮ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ସୁପାରିସ କରିଥିଲା।

Comments are closed.