ଆସନ୍ତାକାଲି ଦିନ ସାଢେ ୧୦ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ବଜେଟ୍‍ ଅଧିବେଶନ ସମୟରେ ବିରୋଧୀଙ୍କ ବାରମ୍ବାର ହଟ୍ଟଗୋଳ ଫଳରେ ଶୁକ୍ରବାର ଦିନ ୧୦.୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ବିଜେପିର ସଦସ୍ୟବୃନ୍ଦ ଗୃହ ମଝିରେ ପ୍ରତିବାଦ କରିଥିଲେ। ଏପରିକି ରାଜ୍ୟପାଳଙ୍କ ଧନ୍ୟବାଦ ଅଭିଭାଷଣ ଉପରେ ଆଲୋଚନା ଚାଲୁଥିବାବେଳେ ବିଜେପି ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହୋହାଲ୍ଲା କରିଥିଲେ। ବାରମ୍ବାର ହଟ୍ଟଗୋଳ ଏବଂ ଗୃହରେ ନାରାବାଜି ଜାରି ରହିଥିବାବେଳେ ବାଚସ୍ପତି ଗୃହକୁ ମୁଲତବୀ କରିଛନ୍ତି।

ଅପର ପକ୍ଷରେ କଂଗ୍ରେସ ବିଧାନସଭା ବଜେଟ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ହିଁ ବିରୋଧ କରିବା ଆରମ୍ଭ କରିଦେଇଥିଲା। କୋଟିଆ ପ୍ରସଙ୍ଗ ନେଇ କଂଗ୍ରେସର ସଦସ୍ୟବୃନ୍ଦ କକ୍ଷତ୍ୟାଗ କରିଥିଲେ।

Comments are closed.