ମାର୍ଚ୍ଚ ୨୫ରୁ ବଜେଟ୍ ଅଧିବେଶନ

ଭୁବନେଶ୍ୱର: ମାର୍ଚ୍ଚ ୨୫ ତାରିଖରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ। ଏହା ୩୧ ତାରିଖ ଯାଏ ଚାଲିବ। ଏନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।
Related Posts
ସୂଚନା ମୁତାବକ, ବଜେଟ ଅଧିବେଶନର ଆରମ୍ଭ ଦିନରେ ଅର୍ଥାତ୍ ୨୫ ତାରିଖରେ ରାଜ୍ୟପାଳ ନିଜର ଅଭିଭାଷଣ ରଖିବେ। ଏହାପରେ ୨୬ ଓ ୨୮ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା କରାଯିବ। ମାର୍ଚ୍ଚ ୩୦ ତାରିଖରେ ବିଧାନସଭାରେ ବଜେଟ ଉପସ୍ଥାପନ ହେବ। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ରାଜ୍ୟ ବଜେଟ ଉପସ୍ଥାପନ କରିବେ। ୩୧ ତାରିଖରେ ବ୍ୟୟ ମଞ୍ଜୁରି ବିଲ୍ ପାରିତ ହେବ। ଏଥର ବଜେଟ ଅଧିବେଶନରେ ମୋଟ ଛଅଟି କାର୍ଯ୍ୟ ଦିବସ ରହିବ।
Comments are closed.