୨୦୨୦-୨୧ ବଜେଟ: କେଉଁ କ୍ଷେତ୍ରକୁ କେତେ ଟଙ୍କା, ଜାଣନ୍ତୁ ମୁଖ୍ୟାଂଶ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ସଂସଦରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ ୩ଟି ଦିଗକୁ ଗୁରୁତ୍ଵ ଦିଆଯାଇଥିବା ସେ କହିଛନ୍ତି। ତେବେ ବଜେଟରେ କେଉଁ କ୍ଷେତ୍ର ପାଇଁ କେ​‌ତେ ଟଙ୍କା ବ୍ୟୟ ଅଟକଳ କରାଯାଇଛି ସେ ବିଷୟରେ ଆସନ୍ତୁ ଜାଣିବା :-

– ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ : ୧ ଲକ୍ଷ ୨୩ ହଜାର କୋଟି

– ସ୍ବଚ୍ଛ ଭାରତ ମିଶନ: ୧୨ ହଜାର ୩୦୦ କୋଟି

– କୃଷି କ୍ଷେତ୍ର: ୨ ଲକ୍ଷ ୮୩ ହଜାର କୋଟି

– ପାଇପ ଯୋଗେ ଜଳଯୋଗାଣ: ୧୧ ହଜାର ୫୦୦ କୋଟି

– ଶିକ୍ଷା କ୍ଷେତ୍ର: ୯୯ ହଜାର ୩୦୦ କୋଟି

– ଜଳ ଜୀବନ ମିଶନ: ୩ ଲକ୍ଷ ୬୦ ହଜାର କୋଟି

– ସ୍ବାସ୍ଥ୍ୟସେବା କ୍ଷେତ୍ର: ୬୯ ହଜାର କୋଟି

– ବାୟୁ ପ୍ରଦୂଷଣ ରୋକିବାକୁ ୪୪୦୦ କୋଟି

– ଉଦ୍ୟୋଗ ଓ ବାଣିଜ୍ୟ କ୍ଷେତ୍ର: ୨୭ ହଜାର ୩୦୦ କୋଟି

– ପୋଷଣ ସମ୍ବନ୍ଧୀୟ କାର୍ଯ୍ୟକ୍ରମ: ୩୫ ହଜାର ୬୦୦ କୋଟି

– ଅନୁସୂଚିତ ଜାତି ଓ ପଛୁଆ ବର୍ଗ କଲ୍ୟାଣ: ୮୫ ହଜାର କୋଟି

– ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ କଲ୍ୟାଣ: ୯୫୦୦ କୋଟି

– ସଂସ୍କୃତି ଓ ପର୍ଯ୍ୟଟନ: ୫୬୫୦ କୋଟି

– ପବ୍ଲିକ ସେକ୍ଟର ବ୍ୟାଙ୍କ: ୩ ଲକ୍ଷ ୫୪ ହଜାର କୋଟି

– ଦକ୍ଷତା ବିକାଶ: ୩ ହଜାର କୋଟି

– ସଡ଼କ ଓ ପରିବହନ: ୧ ଲକ୍ଷ ୭୦ ହଜାର କୋଟି

– ଲଦାଖର ବିକାଶ ପାଇଁ ୫୯୫୮ କୋଟି

Comments are closed.