ବିଏସ୍ଏନ୍ଏଲ୍ ଆରମ୍ଭ କଲା ୪୯ ଟଙ୍କାର ନୂତନ ପ୍ଲାନ

ନୂଆଦିଲ୍ଲୀ: ଭରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ଏକ ଶସ୍ତା ଯୋଜନା ପ୍ରଣୟନ କରିଛି ଯାହା ଗ୍ରାହକଙ୍କୁ ସୁହାଇବ। ବିଏସ୍ଏନ୍ଏଲର ଏହି ଯୋଜନାର ମୂଲ୍ୟ ମାତ୍ର ୪୯ ଟଙ୍କା ରହିଛି । ଏହି ଯୋଜନାର ଲାଭ କେବଳ ସେପ୍ଟେମ୍ବର ୧ ରୁ ଆଗାମୀ ୯୦ ଦିନ ପର୍ୟ୍ୟନ୍ତ ମିଳିପାରିବ। ଚେନ୍ନାଇ ଏବଂ ତାମିଲନାଡୁ ସର୍କଲରେ ବିଏସଏନଏଲର ଏହି ଯୋଜନା ପ୍ରଚଳିତ ହୋଇଛି।  ଭବିଷ୍ୟତରେ ଏହା ଅନ୍ୟ ସର୍କଲରେ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି। ଏହି ଯୋଜନାର ବୈଧତା ୨୮ ଦିନ ଅଟେ।

ବିଏସ୍ଏନ୍ଏଲ ୪୯ ଟଙ୍କା ପ୍ଲାନ: ଚେନ୍ନାଇ ସର୍କଲର ୱେବସାଇଟରେ ବିଏସଏନଏଲର ଏହି ଯୋଜନା ବିଷୟରେ ସୂଚନା ଦିଆଯାଇଛି। ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ, ଏହି ଯୋଜନାରେ ୧୦୦ ମିନିଟର ମାଗଣା କଲିଂ ଉପଲବ୍ଧ ହେବ।  ପ୍ରତି ମିନିଟରେ ୪୫ ପଇସା ଦେୟ ଦେବାକୁ ପଡିବ।  ଏହି ପ୍ରି-ପେଡ୍ ଯୋଜନାରେ ୨ଜିବି ଡାଟା ଏବଂ ୧୦୦ ଟି ଏସଏମଏସ ସୁବିଧା ମିଳିବ। ଏହି ଯୋଜନା ୨୯ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ଉପଲବ୍ଧ ହେବ। ଯଦି ଆପଣ ଜଣେ ବିଏସ୍ଏନ୍ଏଲ ବ୍ୟବହାରକାରୀ ଏବଂ ଚେନ୍ନାଇ କିମ୍ବା ତାମିଲନାଡୁ ସର୍କଲରେ ରୁହନ୍ତି, ତେବେ ଆପଣ ଏସଟିଭି କମ୍ବେ ୪୯ ଲେଖି ୧୨୩କୁ ମେସେଜ୍ କରି ଏହି ଯୋଜନାର ଲାଭ ଉଠାଇ ପାରିବେ।

୧୪୯୯ ଟଙ୍କା ପାଇଁ ବିଏସ୍ଏନ୍ଏଲ ପ୍ଲାନ : ବିଏସ୍ଏନ୍ଏଲ କିଛି ଦିନ ପୂର୍ବରୁ ବାର୍ଷିକ ୧୪୯୯ ଟଙ୍କା ଯୋଜନା ଆରମ୍ଭ କରିଛି।  ଯେଉଁଥିରେ ଗ୍ରାହକମାନେ ପ୍ରତିଦିନ ୨୫୦ ମିନିଟ୍ କଲ୍ ପାଇବେ। ଏହା ବ୍ୟତୀତ ଏହି ଯୋଜନାରେ ସମୁଦାୟ ୨୪ ଜିବି ଡାଟା ଉପଲବ୍ଧ ହେବ। ଏହି ଯୋଜନାରେ ପ୍ରତିଦିନ ୧୦୦ଟି ଏସଏମଏସର ସୁବିଧା ମଧ୍ୟ ଅଛି। ଏହି ଯୋଜନାର ବୈଧତା  ୩୬୫ ଦିନ ରହିଛି। ଏହା ସହିତ ୯୪ ଟଙ୍କା ‘ଆଡଭାନ୍ସ ପ୍ରତି ମିନିଟ୍ ପ୍ଲାନ୍ ୯୪‘ ବେସ୍ ପ୍ଲାନ୍ ଯୋଡା ଯାଇଛି, ଅର୍ଥାତ ମୋବାଇଲ୍ ନେଟୱାର୍କ ଏବଂ ବିଏସ୍ଏନ୍ଏଲ୍ ଲ୍ୟାଣ୍ଡଲାଇନରେ ସ୍ଥାନୀୟ କଲ୍ ପାଇଁ ଗ୍ରାହକଙ୍କୁ ପ୍ରତି ମିନିଟରେ ୧ ଟଙ୍କା ଦେବାକୁ ପଡିବ।

Comments are closed.